Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଡେଙ୍ଗୁର ଲକ୍ଷଣ ଦେଖାଗଲେ ସରକାରୀ ଡାକ୍ତରଖାନାରେ କରନ୍ତୁ ଟେଷ୍ଟ’

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା କାଳରେ ମୁଣ୍ଡ ଟେକିଛି ଡେଙ୍ଗୁ। ଏପର୍ଯ୍ୟନ୍ତ କରୋନା ସଙ୍କଟ ଟଳିନଥିବାବେଳେ, ଡେଙ୍ଗୁକୁ ନେଇ ଭୟଭୀତ ହେଲେଣି ରାଜ୍ୟବାସୀ। ଜାନୁଆରି ମାସଠାରୁ ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଚଳିତ ମାସରେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି, “ଜ୍ୱର ସହ ହାତ ଗୋଡ଼ ଘୋଳା ବିନ୍ଧା ହେଲେ ଡେରି ନକରି ଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ। ଘରୋଇ ଡାକ୍ତରଖାନାରେ ଟେଷ୍ଟ ନକରି ସରକାରୀ ଡାକ୍ତରଖାନାରେ ଟେଷ୍ଟ କରନ୍ତୁ। କ୍ୟାପିଟାଲ, ଆରଏମଆରସି, ଏମ୍ସ, ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଟେଷ୍ଟ ପାଇଁ ସୁବିଧା ରହିଛି। ଏହିସବୁ ହସ୍ପିଟାଲମାନଙ୍କରେ ସରକାରଙ୍କ ପକ୍ଷରୁ ମାଗଣାରେ ଡେଙ୍ଗୁ ଟେଷ୍ଟ କରାଯାଉଛି।”

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରାଜ୍ୟରେ କମ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି। ତେଣୁ ଘର ଚାରିପାଖ ପରିଷ୍କାର ରଖନ୍ତୁ। ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ’ ପାଳନ କରିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।

ଡେଙ୍ଗୁ ରୋଗର ଲକ୍ଷଣ

  • ଭୀଷଣ ଜ୍ୱର
  • ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା
  • ଥକ୍କାପଣ
  • ବାନ୍ତି ଲାଗିବା
  • ଚର୍ମରେ ଦାଗ
  • ଆଖିରେ ଯନ୍ତ୍ରଣା ଅନୁଭବ କରିବା

The post ‘ଡେଙ୍ଗୁର ଲକ୍ଷଣ ଦେଖାଗଲେ ସରକାରୀ ଡାକ୍ତରଖାନାରେ କରନ୍ତୁ ଟେଷ୍ଟ’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles