Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମୋଦୀଙ୍କ ୪ଟି ମନ୍ତ୍ର – ଟେଷ୍ଟ, ଟ୍ରାକ, ଟ୍ରିଟ୍ ଏବଂ ଟିକା ଉପରେ ଗୁରୁତ୍ଵ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭାବ୍ୟ କରୋନାର ତୃତୀୟ ଲହର ଏବଂ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ଆଲୋଚନା କରିଥିଲେ ମୋଦୀ। ଏଥିସହ କରୋନା ମୁକାବିଲା କରିବା ଦିଗରେ ମୁଖ୍ୟମନ୍ତ୍ରୀମାନଙ୍କୁ ୪ଟି ମନ୍ତ୍ରୀ ଦେଇଛନ୍ତି। ଟେଷ୍ଟ, ଟ୍ରାକ, ଟ୍ରିଟ୍ ଏବଂ ଟିକା ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶରେ କରୋନା ସ୍ଥିତି ଅପେକ୍ଷାକୃତ ଅନ୍ୟ ରାଜ୍ୟ ତୁଳାନାରେ ଅଧିକ ରହିଥିବାରୁ ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।ମୋଦୀ କହିଛନ୍ତି, “ଦେଶର ସବୁ ରାଜ୍ୟଗୁଡ଼ିରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ାଯିବା ସହ ସବୁ ରାଜ୍ୟରେ ଦୈନିକ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଉ। କରୋନା ସଂକ୍ରମଣ କମେଇବା ନିମନ୍ତେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ବିଶେଷ ଗୁରୁତ୍ଵ ଦିଆଯିବା ଦରକାର। ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍ ହାର ଯେତେ ଅଧିକ, ସେହି ଜିଲ୍ଲା ଉପରେ ସେତିକି ଅଧିକ ଫୋକସ୍ କରାଯାଉ। ତା’ହେଲେ ସଂକ୍ରମଣ ଚେନକୁ ଭାଙ୍ଗିହେବ।”

ସେ ଆଉ ମଧ୍ୟ କହିଛନ୍ତି, “ବିଶେଷଜ୍ଞମାନଙ୍କ ମତରେ, ଅଧିକ ସମୟ ଧରି ଲଗାତାର ସଂକ୍ରମଣ ବଢ଼ିଲେ କରୋନା ଭାଇରସରେ ପରିବର୍ତ୍ତନର ଆଶଙ୍କା ଅଧିକ ରହିଛି। ଏଥିସହ ନୂଆ ଭାରିଏଣ୍ଟର ବିପଦ ବି ବଢ଼ିଯିବ। ତେଣୁ ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ଏବେଠାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।”ଅନ୍ୟପକ୍ଷରେ ଦେଶରେ ଅଗଷ୍ଟ ମାସର ଶେଷ ସପ୍ତାହବେଳକୁ ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି। କରୋନାର ଦ୍ଵିତୀୟ ଲହର ସଂକ୍ରମଣ ତୁଳନାରେ ତୃତୀୟ ଲହର ସଂକ୍ରମଣ ଏତେ ଭୟଙ୍କର ହେବନାହିଁ  କହିଛନ୍ତି, ଆଇସିଏମଆର ମହାମାରୀ ବିଜ୍ଞାନ ଏବଂ ସଂକ୍ରମଣ ରୋଗର ପ୍ରମୁଖ ଡାକ୍ତର ସମୀରଣ ପଣ୍ଡା।

The post ମୋଦୀଙ୍କ ୪ଟି ମନ୍ତ୍ର – ଟେଷ୍ଟ, ଟ୍ରାକ, ଟ୍ରିଟ୍ ଏବଂ ଟିକା ଉପରେ ଗୁରୁତ୍ଵ appeared first on OdishaLIVE.


Viewing all articles
Browse latest Browse all 11715

Trending Articles