Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପ୍ରତିବର୍ଷ କରୋନା ଟିକାର ଆବଶ୍ୟକ ପଡ଼ିପାରେ!

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଖାଲି ସେତିକି ନୁହେଁ, ଦିନକୁ ଦିନ ରୂପ ମଧ୍ୟ ବଦଳାଉଛି କରୋନା ଭୂତାଣୁ। ଗତ ସପ୍ତାହେଧରି ସମଗ୍ର ବିଶ୍ୱରେ ସଂକ୍ରମଣ ଉପରମୁହାଁ ହୋଇଛି। ଏଭଳି ସ୍ଥିତିରେ ପୁଣି ବିପଦ ମାଡିଆସୁଥିବା ନେଇ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ସୃଷ୍ଟି ହେଉଥିବାବେଳେ ଏହାର ଅନ୍ତକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ମାତ୍ର ପ୍ରଶ୍ନ।

ଆଇସିଏମଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡାଙ୍କ କହିବା ଅନୁଯାୟୀ, “ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ଅଞ୍ଚଳରେ କରୋନା ରହିବ। କରୋନା ଆଉ ମହାମାରୀ ନହୋଇ ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ସାଧାରଣ ରୋଗରେ ପରିଣତ ହେବ। ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡ଼ିବ।”corona vaccine-1ସେହିପରି ମହାମାରୀ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞଙ୍କ ଅନୁସାରେ, ଭାଇରସ ନିଜର ରୂପ ପରିବର୍ତ୍ତନ କରେ ଏବଂ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା। ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନିତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିବ ଓ ଏଥିନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡ଼ିପାରେ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକ୍ ରିଆନ୍ କହିଛନ୍ତି, “ଗତ ସପ୍ତାହର ସଂକ୍ରମଣ ଗ୍ରାଫ୍ ସମତଳ ନୁହେଁ। ଏହା ଉପରମୁହାଁ ହେବାରେ ଲାଗିଛି। ଆଗକୁ ସଂକ୍ରମଣ ବଢ଼ିବନି ବୋଲି ବିଭିନ୍ନ ଦେଶ ପକ୍ଷରୁ ଅନୁମାନ କରାଯାଉଛି। କିନ୍ତୁ କଟକଣା କୋହଳ ହେଉଥିବାରୁ ସଂକ୍ରମଣ ବଢ଼ିବା ଦେଖାଯାଉଛି। ଏଥିପାଇଁ ତିନୋଟି କାରଣ ଦାୟି।”ପ୍ରଥମ କାରଣ, ସମସ୍ତେ କରୋନା ଟିକା ନେଇନାହାନ୍ତି। ଦ୍ୱିତୀୟଟି ହେଉଛି, ଟିକାକରଣର ହାର କମ୍ ରହିଛି। ତୃତୀୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ନିଶ୍ଚିତ ନୁହେଁ କି ସଂକ୍ରମଣଠାରୁ କେତେ ପରିମାଣରେ ସୁରକ୍ଷା ଦେଇପାରିବ ଟିକା। ଏଣେ ଭାରତରେ ତୃତୀୟ ଲହରର ପଦଧ୍ୱନି ଶୁଣାଯାଉଛି। ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ମହାରାଷ୍ଟ୍ର ଏବଂ କେରଳର  ସ୍ଥିତି କରୋନା ମୁକାବିଲା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। ଦେଶରେ କୋଭିଡ୍ ସ୍ଥିତିରେ ଉନ୍ନତି ହୋଇଥିବାବେଳେ କିଛି ଜିଲ୍ଲାରେ ଏବେ ବି ଉପରମୁହାଁ ରହିଛି କରୋନା ଗ୍ରାଫ୍। ଦେଶରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ଏବଂ କେରଳର  ଭାଗ ୫୦ ପ୍ରତିଶତ ରହିଛି।

ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମଣିପୁର, ଆସାମ, ମେଘାଳୟ, ତ୍ରିପୁରା, ସିକ୍କିମର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏହି ସବୁ ରାଜ୍ୟରେ କୋଭିଡ ସଂକ୍ରମିତ ହାର ସର୍ବାଧିକ ରହିଛି। ରାଜ୍ୟରେ କରୋନା ସଂକ୍ରମଣ କିଭଳି ରୋକିହେବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।ବର୍ତ୍ତମାନ ମହାରାଷ୍ଟ୍ରରେ ପୂର୍ବ ସ୍ଥିତିକୁ ଫେରିପାରୁନଥିବାବେଳେ କେରଳର ମୋଟ ୧୪ ଜିଲ୍ଲାରୁ ଅଧା ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି। ଦେଶର ଅନ୍ୟ ସ୍ଥାନରେ ଲୋକଙ୍କ ଗହଳି ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଉତ୍ତରପ୍ରଦେଶରେ ଲକଡାଉନ କଟକଣା କୋହଳ ହେବା ପରେ ହରିଦ୍ୱାର ଘାଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଗଙ୍ଗାରେ ବୁଡ ପକାଇବା ପାଇଁ ଲୋକଙ୍କ ଏପରି ଗହଳି କୋଭିଡ କଟକଣାକୁ ଉଲଙ୍ଘନ କରୁଛି। ସେହିପରି ସିମଲାରେ ପର୍ଯ୍ୟଟକଙ୍କ ଭିଡ କୋଭିଡ୍ ନିୟମାବଳୀକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛି। ପର୍ଯ୍ୟଟନ ସ୍ଥାନରେ ଜମୁଥିବା ଲୋକଙ୍କ ଭିଡକୁ ନେଇ ଚିନ୍ତା ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ। ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କ ଗହଳିକୁ ନେଇ କେନ୍ଦ୍ରର ତାଗିଦ୍ ପରେ ଉତ୍ତରାଖଣ୍ଡ ଓ ହିମାଚଳରେ କୋଭିଡ୍ ନିୟମାବଳୀକୁ ଗୁରୁତ୍ୱ ଦିଆଯାଇଛି।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଆୟତ୍ତକୁ ଆସୁନାହିଁ ସେପଟେ ପର୍ଯ୍ୟଟନ ସ୍ଥଳୀରେ ଲୋକ ଭିଡ ଜମାଇବା ଆରମ୍ଭ କଲେଣି। ନା ଅଛି ମାସ୍କ, ନା ସାମାଜିକ ଦୂରତା। ଲୋକଙ୍କ ଏଭଳି ବେଖାତିର ମନୋଭାବ ଦେଶରେ କରୋନାର ତୃତୀୟ ଲହରର ଆଶଙ୍କାକୁ ବଢାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି।

The post ପ୍ରତିବର୍ଷ କରୋନା ଟିକାର ଆବଶ୍ୟକ ପଡ଼ିପାରେ! appeared first on OdishaLIVE.


Viewing all articles
Browse latest Browse all 11715

Trending Articles