Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନବରଙ୍ଗପୁର: ମନ୍ଦିର ପରିସରରେ ପାଳିତ ହେଲା ଶ୍ରୀଜିଉଙ୍କ ରଥଯାତ୍ରା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କଟକଣା ମଧ୍ୟରେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଶ୍ରୀଜିଉଙ୍କ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଯାଇଛି। ସରକାର ଏବଂ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଅନୁସାରେ ଏବର୍ଷ ରଥଯାତ୍ରା ବିନା ଭକ୍ତରେ ମନ୍ଦିର ପରିସରରେ ଆୟୋଜିତ ହୋଇଛି। ସୀମିତ ସେବାୟତ, ନିଯୋଗ କମିଟି ସଦସ୍ୟ, ଦେବୋତ୍ତର ବିଭାଗ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀଜୀଉଙ୍କ ଏହି ନୀତି ଅନୁଷ୍ଠିତ ହୋଇଥିଲା।

ନୀତି ସମୟରେ ସମସ୍ତେ କୋଭିଡ୍ ଗାଇଡଲାଇନ ମାନିବା ସହ ସାନିଟାଇଜର ଏବଂ ମାସ୍କ ବ୍ୟବହାର କରିଥିଲେ। ନୀତି ନିର୍ଘଣ୍ଟ ଅନୁସାରେ ସକାଳ ୫ଟା ୩୦ରେ ରଥ ପ୍ରତିଷ୍ଠା ହୋଇଥିଲା। ସକାଳ ୮ଟାରେ ଅନ୍ନ ଭୋଗ ହୋଇଥିବାବେଳେ, ୯.୩୦ରେ ଶ୍ରୀଜିଉଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଦିନ ୧୧ଟାରେ ଛେରା ପହଁରା ନୀତି କରାଯାଇ, ଅପରାହ୍ଣ ୩ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ୍ କଟକଣା ପାଇଁ ମନ୍ଦିର ପରିସରରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିଥିଲା।ଶ୍ରୀଜିଉଙ୍କ ସମସ୍ତ ରଥଯାତ୍ରା ନୀତି ନବରଙ୍ଗପୁର ଜିଲ୍ଲା ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ହୋଇଥିବାବେଳେ ଦେବୋତ୍ତର ବିଭାଗ ନିର୍ବାହି ଅଧିକାରୀ ରବିନ୍ଦ୍ର ରାଉତ, ସଭାପତି ସୁବାଷ ଚନ୍ଦ୍ର ସୁର, କର୍ମଚାରୀ ଗଗନ ସୌରା,  ନିର୍ମାଣ କମିଟି ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡଙ୍ଗୀ, ମନ୍ଦିର ପୂଜକ ଶେଷ ବ୍ରହ୍ମା ପ୍ରମୁଖ ରଥ ଯାତ୍ରା ସମୟରେ ଉପସ୍ଥିତ ରହିଥିଲେ।

The post ନବରଙ୍ଗପୁର: ମନ୍ଦିର ପରିସରରେ ପାଳିତ ହେଲା ଶ୍ରୀଜିଉଙ୍କ ରଥଯାତ୍ରା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images