Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଡ଼ ଭାଇ ଓ ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ତିନି ରଥ। ନିର୍ଦ୍ଧାରିତ ସମୟର ୩ଘଣ୍ଟା ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏଭଳି ସମ୍ଭବ ହୋଇପାରିଛି। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବାପରେ, ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଓ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ସମ୍ପର୍ଣ୍ଣ ହେବାପରେ ଆରମ୍ଭ ହୋଇଥିଲା ରଥ ଟଣା କାର୍ଯ୍ୟ। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ରଥ ଗୁଣ୍ଡିଚା ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ୫.୩୦ସୁଦ୍ଧା ତିନି ରଥ ଯାଇ ଶ୍ରୀଗୁଣ୍ଡିଚା ସମ୍ମୁଖରେ ପହଞ୍ଚି ସାରିଛି।କୋଭିଡ କଟକଣାରେ ଏବର୍ଷ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଭୋର୍‌ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର୍‌ ୪.୩୦ରେ ମଙ୍ଗଳ ଆଳତୀ, ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ଭୋର୍ ୫.୩୦ରେ ଅବକାଶ, ୫.୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୩୦ରୁ ୭.୩୦ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ, ସକାଳ ୮ଟାରେ ରଥ ପ୍ରତିଷ୍ଠା ଓ ୮.୧୫ରେ ମଙ୍ଗଳାର୍ପଣ ହୋଇଥିଲା। ୮.୩୦ରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହିଭଳି ଭାବରେ ସମସ୍ତ ନୀତି ସମ୍ପର୍ଣ୍ଣ ହୋଇ ଦିନ ୧୨ଟାରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା।ଅନ୍ୟପକ୍ଷରେ ତିନି ରଥ ଶରଧାବାଲିରେ ପହଞ୍ଚିବାପରେ ପ୍ରଶାସନ, ଜନସାଧାରଣ, ସେବାୟତ, ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କୋଭିଡ୍ କଟକଣା ମାନି ସମସ୍ତେ ଘର ଭିତରେ ରହି ଟିଭି ପରଦାରେ ରଥ ଯାତ୍ରା ଦେଖିଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ଅଭୟ ପୁରୀବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

The post ବଡ଼ ଭାଇ ଓ ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ appeared first on OdishaLIVE.


Viewing all articles
Browse latest Browse all 11715

Trending Articles