Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା। ହିତାଧିକାରୀମାନେ କୋ-ୱିନ ଆପ ଜରିଆରେ ପଞ୍ଜୀକରଣ କରି କିମ୍ବା ସିଧାସଳଖ ହସ୍ପିଟାଲକୁ ଯାଇ ଏହି ଟିକା ନେଇପାରୁଛନ୍ତି। ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି।covishield vaccineସମ୍ ହସ୍ପିଟାଲରେ ଜୁନ୍ ୧୭ତାରିଖରୁ କୋଭିସିଲ୍ଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ଟଙ୍କା ଧାର୍ଯ୍ୟ କରାଯାଇଛି। ସରକାରଙ୍କର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟିକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପି ଟିକାକରଣର ଶୁଭାରମ୍ଭ ହୋଇଥିବାବେଳେ ସମ୍ ହସ୍ପିଟାଲରେ ମଧ୍ୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବେଠାରୁ ମେ’ ମାସ ପର୍ଯ୍ୟନ୍ତ ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଇଥିବା କହିଛନ୍ତି ସମ୍ ହସ୍ପିଟାଲ ଟିକାକରଣ କେନ୍ଦ୍ରର ନୋଡାଲ ଅଫିସର ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଲିପିଲେଖା ପଟ୍ଟନାୟକ। ଏଥିସହ କୋଭିଡ ମହାମାରୀକୁ ପ୍ରତିହତ କରିବା ପାଇଁ ଟିକାକରଣ ହିଁ ଏକମାତ୍ର ଅସ୍ତ୍ର। ତେଣୁ ସମସ୍ତ ଯୋଗ୍ୟ ବିବେଚିତ ବ୍ୟକ୍ତି ଟିକା ନିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ ହସ୍ପିଟାଲରେ ଟିକାକରଣ ପ୍ରକ୍ରିୟାରେ ପ୍ରଫେସର ପଟ୍ଟନାୟକଙ୍କ ସମେତ କମ୍ୟୁନିଟି ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ଲେଙ୍କା ଏବଂ ଶିଶୁରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବ୍ରଜକିଶୋର ବେହେରା ସାମିଲ୍ ଅଛନ୍ତି।

The post ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା appeared first on OdishaLIVE.


Viewing all articles
Browse latest Browse all 11715

Trending Articles