Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାର ୧୦ଜିଲ୍ଲାରେ ହେବ ନୂତନ ନର୍ସିଂ କଲେଜ – ସ୍ଵାସ୍ଥ୍ୟମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାମାନ ମଧ୍ୟ ପ୍ରଣୟନ କରିଛନ୍ତି। ସେହିପରି ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୦ଜିଲ୍ଲାରେ ନୂତନ ନର୍ସିଂ କଲେଜ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।ରାଜ୍ୟର ୧୦ ଜିଲ୍ଲା ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁରରେ ନର୍ସିଂ କଲେଜ ଖୋଲିବ। ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ। ଏଥିସହ ବୁର୍ଲା ଓ କଟକ ମେଡିକାଲ କଲେଜରେ ଅଚଳ ହୋଇପଡ଼ିଥିବା ନର୍ସିଂ କଲେଜକୁ ପୁନଃ କାର୍ଯ୍ୟକ୍ଷମ କରାଯିବ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଅନ୍ୟପଟେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଏବେଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏଥିସହ ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାରେ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯିବ। କରୋନା ସଙ୍କଟ ଦୂର ନହୋଇଥିବାରୁ ସମସ୍ତେ ମାସ୍କ ପରିଧାନ କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

The post ଓଡ଼ିଶାର ୧୦ଜିଲ୍ଲାରେ ହେବ ନୂତନ ନର୍ସିଂ କଲେଜ – ସ୍ଵାସ୍ଥ୍ୟମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles