Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ଆଗୁଆ ଟିକା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁମାନେ ବିଦେଶ ଗସ୍ତରେ ଯିବେ ସେମାନଙ୍କ ପାଇଁ ଟିକା ନିୟମରେ କୋହଳ କରାଯାଇଛି। ଚାକିରି, ପଢ଼ାପଢ଼ି କିମ୍ବା ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ଯେଉଁମାନେ ଭାଗ ନେବାକୁ ଯାଉଛନ୍ତି ସେମାନଙ୍କୁ ଏବେ ଆଗୁଆ କରୋନା ଟିକା ଦିଆଯିବ। ବିଶେଷ କରି ଯେଉଁମାନେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇ ସାରିଛନ୍ତି ସେମାନଙ୍କୁ ୨୮ ଦିନପରେ ହିଁ ଦ୍ଵିତୀୟ ଡୋଜ୍‌ ଦିଆଯିବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି।ଜାପାନର ରାଜଧାନୀ ଟୋକିଓଠାରେ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କୁ ଅବିଳମ୍ବେ ଟିକା ଦିଆଯିବ। ସେହିଭଳି ବିଭିନ୍ନ ଦେଶକୁ ଉଚ୍ଚ ଶିକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ଆଗୁଆ ଟିକା ନେଇପାରିବେ। ଭାରତ ସରକାରଙ୍କ ମାର୍ଗ ନିର୍ଦ୍ଦେଶିକା ଅନୁଯାୟୀ, ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ପାଇଁ ପ୍ରଦୀପ୍ତ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

The post ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ଆଗୁଆ ଟିକା appeared first on OdishaLIVE.


Viewing all articles
Browse latest Browse all 11715

Trending Articles