ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଚାରିପଟେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଏବେ ଆଗେଇବ। ଏକାମ୍ର କ୍ଷେତ୍ର ବିକାଶର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକଳ୍ପର ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ କ୍ଷେତ୍ରରେ ଡକ୍ଟର ମିଶ୍ରଙ୍କ ଦକ୍ଷତା ରହିଥିବାରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି ଏକାମ୍ର କ୍ଷେତ୍ରର ବିକାଶ ଯଥା ଶୀଘ୍ର ସମ୍ପନ୍ନ ହେବା ଦରକାର। ଡକ୍ଟର ମିଶ୍ର ନିଜେ ବି ଏହି ପ୍ରକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ଇତିମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସରକାର ୮୦ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜମିର ବିକାଶ ଓ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇଛି। ଏହି କମିଟିରେ ୧୯ଜଣ ସଦସ୍ୟ ରହିଛନ୍ତି। ଓଡ଼ିଶା ସେତୁ ନିଗମ ଅଧ୍ୟକ୍ଷ ଏହି କମିଟିର ଆବାହକ ଅଛନ୍ତି।ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ ବିଭାଗର ଜଣେ ଜଣେ ଅଧିକାରୀ ସଦସ୍ୟ ଅଛନ୍ତି। ତା’ଛଡ଼ା ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଲିଙ୍ଗରାଜ ମନ୍ଦିରର ୩ ଜଣ ସେବକ, କଳା ସଂସ୍କୃତି କ୍ଷେତ୍ରରୁ ଦୁଇ ଜଣ ଓ ମନ୍ଦିର ରକ୍ଷଣାବେକ୍ଷଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜଣେ ବ୍ୟକ୍ତି ମଧ୍ୟ କମିଟିରେ ସଭ୍ୟ ରହିବେ।
The post ଏକାମ୍ର ଯୋଜନା ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ appeared first on OdishaLIVE.