ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଆଜି ମେ’ ୩୧, ଏହି ଦିନ ସାରାବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳନ ହୁଏ। ତମାଖୁ ପ୍ରତି ଦୂରତା ରଖିବାକୁ ସଚେତନ କରାଯାଏ।
ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ ‘ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ଟିଭି, ପୋଷ୍ଟର, ବ୍ୟାନର ମାଧ୍ୟମରେ ସବୁବେଳେ ତମାଖୁର କ୍ଷତିକାରକ ଗୁଣ ସମ୍ପର୍କରେ ସଚେତନ କରାଯାଏ। ହେଲେ ପ୍ରତି ବର୍ଷ ବିଶ୍ୱରେ ୮ ନିୟୁତ ଲୋକ ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥାନ୍ତିା ତେଣୁ ଏହି ସଚେତନତା ଅଭିଯାନକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ।
ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ କୁହାଯାଏ।ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍ ରହିଛି, “commit to quit”।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ୧୯୮୭ ରେ ପ୍ରଥମଥର ପାଇଁ ବିଶ୍ୱ ତମାଖୁ ଦିବସ ପାଳନ କରାଯାଇଥିଲା। ତମାଖୁ ସେବନ ହେତୁ ମୃତ୍ୟୁହାର ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା।
ଏକ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ତମାଖୁ ସେବନ କାରଣରୁ ୮ ନିୟୁତରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଧୂମପାନ କରୁନଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହା ମାରାତ୍ମକ ହୋଇପାରେ।
ତମାଖୁରେ ଥିବା ନିକୋଟିନ୍ ଏବଂ ଅନ୍ୟାନ୍ୟ ବିଷାକ୍ତ ତତ୍ତ୍ୱ ଫୁସଫୁସ୍ କର୍କଟ, ହୃଦରୋଗ, ମୁଖଗହ୍ୱର କର୍କଟ ଓ ଷ୍ଟ୍ରୋକ୍ ଆଦି ବିଭିନ୍ନ ରୋଗର କାରଣ ହୋଇପାରେ। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଶପଥ ନେବା, ଧୂମପାନ ଓ ତମାଖୁ ସେବନ ବର୍ଜନ କରି ସୁସ୍ଥ ତଥା ନିରାମୟ ଜୀବନ ଆପଣାଇବା।
The post ବିଶ୍ୱ ତମାଖୁ ବର୍ଜନ ଦିବସ – ତମାଖୁ ସେବନ ଏଡ଼ାନ୍ତୁ , ସୁସ୍ଥ ରହନ୍ତୁ appeared first on OdishaLIVE.