ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ପୋରେଟ ସେକ୍ଟର ଓ ଶିଳ୍ପ ସଂସ୍ଥାମାନଙ୍କୁ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି। ସେମାନେ ନିଜ ନିଜ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଅନ୍ତୁ କିମ୍ଵା ବିକଳ୍ପ ପନ୍ଥା ଭାବେ କୌଣସି ଘରୋଇ ହସ୍ପିଟାଲର କୋଭିଡ୍ ଟିକାକରଣକେନ୍ଦ୍ର ସହିତ ମଧ୍ୟ ଯୋଡ଼ି ହେବାକୁ କୁହାଯାଇଛି।
ରାଜ୍ୟରେ ଟିକାଦାନ ପ୍ରକ୍ରିୟାଜୁ ତ୍ୱରାନ୍ୱିତ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବୁଧବାର ଦିନ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି, ଯେଉଁଥିରେ ଶିଳ୍ପ ସଂସ୍ଥା ନିଜେ ଟିକା ବ୍ୟବସ୍ଥା କରିବା କଥା କୁହାଯାଇଛି।ଭାରତ ସରକାରଙ୍କ ସରଳ ଟିକାଦାନ ଯୋଜନା ଅନୁଯାୟୀ ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ ସିଧା ସଳଖ ଟିକା କିଣି ପାରିବେ। ଏଥିପାଇଁ ସରକାରଙ୍କ ଉପରେ ନିର୍ଭର କରିବା ଆବଶ୍ୟକ ନାହିଁ।
ଓଡ଼ିଶାରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଚାଲିଛି। ଏହି ସ୍ଥିତିରେ ସରକାର କହିଛନ୍ତି ଯେ ଶିଳ୍ପ ଓ କର୍ପୋରେଟ ସଂସ୍ଥାମାନେ ନିଜ କର୍ମଚାରୀ ଓ ତାଙ୍କ ପରିବାରର ସଦସ୍ୟଙ୍କ ପାଇଁ ଟିକା ଦିଆଯିବା ବ୍ୟବସ୍ଥା କରିବା ଦରକାର। ଯେଉଁ ଶିଳ୍ପ ସଂସ୍ଥାର ନିଜସ୍ୱ ହସ୍ପିଟାଲ ଅଛି ସେଠି ସହଜରେ ଟିକା ବ୍ୟବସ୍ଥା କରାଯାଇପାରିବ। ନଚେତ୍ କୌଣସି ଘରୋଇ ହସ୍ପିଟାଲ ସହିତ ସେମାନେ ଯୋଡ଼ିହୋଇ ଟିକା ନେଇ ପାରିବେ।
The post ନିଜ ହସ୍ପିଟାଲରେ ଟିକା ବ୍ୟବସ୍ଥା କରିବାକୁ ଶିଳ୍ପ ସଂସ୍ଥାକୁ ଓଡ଼ିଶା ସରକାରଙ୍କ ପରାମର୍ଶ appeared first on OdishaLIVE.