Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା କାଳରେ ରଥଯାତ୍ରା ପାଇଁ ପ୍ରସ୍ତୁତି – ବିନ୍ଧ ଅନୁକୂଳ ପରେ ଚାଲିଛି ଘେର କଟା ଓ ବିନ୍ଧ କାର୍ଯ୍ୟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବାୟୋ ବବଲ୍ ପରିସରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ। ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ରଥଖଳାରେ ସର୍ବାଧିକ ସଚେତନତା ଅବଲମ୍ବନ କରାଯାଉଛି। ନୀତି ଅନୁସାରେ ଅକ୍ଷୟ ତୃତୀୟା ଦିନ ବଡଦାଣ୍ଡରେ ଆରମ୍ଭ ହୋଇଛି ରଥ ତିଆରି କାର୍ଯ୍ୟକ୍ରମ। ପ୍ରତିଦିନ ସେବାୟତମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବାପରେ ରଥ କାର୍ଯ୍ୟ ଆରମ୍ଭ କରାଯାଉଛି।ଅପରପକ୍ଷରେ ଶ୍ରମନ୍ଦିର ପ୍ରଶାସନ ସୂଚନା ମୂତାବକ ମେ’୨୧ ତାରିଖ ସୁଦ୍ଧା ରଥଖଳାରେ ତୁମ୍ବଗୁଡ଼ିକରେ ସୂତା ବାଡ଼ିଆ କାର୍ଯ୍ୟ ସରିଥିଲା। ଆଜି ହେଉଛି ରଥ ନିର୍ମାଣର ଅଷ୍ଟମ ଦିନ। ବିଧି ଅନୁସାରେ ରଥ କାଠରେ ବିନ୍ଧ ଅନୁକୂଳ କରାଯାଇଛି। ଏହାପରେ ସେବାୟତମାନେ ଘେର କଟା ଓ ବିନ୍ଧ କାର୍ଯ୍ୟରେ ଲାଗିପଡ଼ିଛନ୍ତି।

କରୋନା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ସୀମିତ ସଂଖ୍ୟକ ସେବକ ନିୟୋଜିତ ହୋଇଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେହିପରି ଭୋଇ ସେବୟାତମାନଙ୍କ ମୁଖ୍ୟ ରବି ଭୋଇ ଏବଂ ଅନ୍ୟାନ୍ୟ ୬ଭୋଇ ମୁଖିଆଙ୍କ ନେତୃତ୍ୱରେ ରଥର ପାରିପାର୍ଶ୍ୱିକ କାର୍ଯ୍ୟ ଚାଲିଛି।corona testଅନ୍ୟପଟେ ଦୁଇ ଦିନ ହେବ ରଥଖଳାରୁ ୧୮ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଆଜି ଆଉ ଦୁଇଜଣ ସେବାୟତ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଆସ୍ୱସ୍ତିକର ଖବର ଏହି ଦୁଇ ସେବାୟତ ରଥ କାର୍ଯ୍ୟରେ ନିୟୋଜିତ ନଥିଲେ। ସରକାରୀ ତଥ୍ୟ ଅନୁସାରେ ଆଜି ପୁରୀ ଜିଲ୍ଲାରୁ ୪୭୩ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୩ଜଣଙ୍କର ଜୀବନ ନେଇଛି କରୋନା। ଏମାନେ ସମସ୍ତେ ମହିଳା ରହିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ଏମାନଙ୍କର ମୃତ୍ୟୁ ହୋଇଛି।

The post କରୋନା କାଳରେ ରଥଯାତ୍ରା ପାଇଁ ପ୍ରସ୍ତୁତି – ବିନ୍ଧ ଅନୁକୂଳ ପରେ ଚାଲିଛି ଘେର କଟା ଓ ବିନ୍ଧ କାର୍ଯ୍ୟ appeared first on OdishaLIVE.


Viewing all articles
Browse latest Browse all 11715