Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଇଏଏସ୍ ସ୍ତରରେ ଅଦଳ ବଦଳ –କେବିକେ ମୁଖ୍ୟ ପ୍ରଶାସକ ହେଲେ ବେନୁଗୋପାଲ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସିଜେ ବେନୁଗୋପାଲଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୮ ବ୍ୟାଚର ଏହି ଆଇଏଏସ୍ ଅଫିସର ନୂଆଦିଲ୍ଲୀରେ ଥିବା ମୁଖ୍ୟ ଆବାସିକ କମିସନର ପଦବୀରେ ମଧ୍ୟ ଦାୟିତ୍ୱ ତୁଲାଇବେ। ପୂର୍ବରୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ସୁଦର୍ଶନ ପାଲ ଠାକୁର।

ସେହିପରି ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଜି.ଭି ବେଣୁଗୋପାଳ ଶର୍ମାଙ୍କୁ ରାଜସ୍ୱ ବୋର୍ଡ଼ର ନୂତନ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଶର୍ମାଙ୍କୁ କଟକ ସ୍ଥିତ ରାଜସ୍ୱ ପର୍ଷଦର ସଦସ୍ୟ ଭାବେ ଶୁକ୍ରବାର ଦାୟିତ୍ୱ ଦିଆଯାଇଛି। ସେ ନିକଟରେ ହିଁ କେନ୍ଦ୍ର ଡେପୁଟେସନରୁ ରାଜ୍ୟ କ୍ୟାଡ଼ରକୁ ଫେରିଥିଲେ। ପୂର୍ବରୁ ସେ ରାଜ୍ୟ ପ୍ରଶାସନର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି।

The post ଆଇଏଏସ୍ ସ୍ତରରେ ଅଦଳ ବଦଳ – କେବିକେ ମୁଖ୍ୟ ପ୍ରଶାସକ ହେଲେ ବେନୁଗୋପାଲ appeared first on OdishaLIVE.


Viewing all articles
Browse latest Browse all 11715

Trending Articles