ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ପ୍ରଥମ ଲହରରେ ଗାଁରେ ସଂକ୍ରମଣ ଅଧିକ ଦେଖା ଯାଉନଥିଲା। ଏବେ କିନ୍ତୁ ଦ୍ୱିତୀୟ ଲହରରେ କରୋନା ଗାଁ ମୁହାଁ ହୋଇଛି। ଗାଁରେ ଦିନକୁ ଦିନ ଏବେ ସଂକ୍ରମଣ ବଢ଼ୁଛି। ତେଣୁ ଗାଁ ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ଼, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଦିଲ୍ଲୀର ବିଭିନ୍ନ ଜିଲ୍ଲା ଅଧିକାରୀମାନଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ। ଏହି ବୈଠକରେ ମୋଦୀ ଜିଲ୍ଲାପାଳମାନଙ୍କୁ କୋଭିଡ ମୁକାବିଲା ମନ୍ତ୍ରୀ ଦେଇଥିଲେ।
‘‘ଗାଁ ଲୋକଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ତେଣୁ ଗାଁରେ ଟେଷ୍ଟିଂ ବଢ଼ାଇବା ସହିତ କଣ୍ଟେନମେଣ୍ଟ ଜୋନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଦରକାର’’, ବୈଠରେ କହିଛନ୍ତି ପ୍ରଧାନମନ୍ତ୍ରୀ।
ସେହିପରି କରୋନା ମୁକାବିଲାରେ ଜିଲ୍ଲା ଅଧିକାରୀମାନେ ଭଲ କାମ କରିଛନ୍ତି ବୋଲି କହିବା ସହିତ ସେମାନଙ୍କୁ ପ୍ରଶଂସା କରିଛନ୍ତି ମୋଦୀ।
The post ଗାଁ ମୁହାଁ କରୋନା – କଣ୍ଟେନମେଣ୍ଟ ଜୋନ୍, ଟେଷ୍ଟିଂକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ appeared first on OdishaLIVE.