Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିନକରେ ରାଜ୍ୟରୁ ଚିହ୍ନଟ ୧୦ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍‌, କରୋନାରେ ଆଖି ବୁଜିଲେ ୨୨ଆକ୍ରାନ୍ତ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହୁଥିବାବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୭୫୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୦୨୪ଜଣ ହୋଇଥିବାବେଳେ, ୪୭୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଆଜିର ତଥ୍ୟ ଅନୁସାରେ ପ୍ରଥମଥର ପାଇଁ କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୯୦୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩୨, ଅନୁଗୁଳରୁ ୬୦୬, ବରଗଡ଼ରୁ ୪୦୪, ଯାଜପୁରରୁ ୨୮୧, ମୟୁରଭଞ୍ଜରୁ ୪୫୪, ସମ୍ବଲପୁରରୁ ୪୯୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୨୦୭୭ ଜଣଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ୧୪ହଜାର ୫୩୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୬ହଜାର ୦୬୧ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ୨୨ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୨ଜଣ, ଭୁବନେଶ୍ୱର, ରାୟଗଡ଼ା, ସୁନ୍ଦରଗଡ଼, ନୂଆପଡ଼ା, କୋରାପୁଟ, ବୌଦ୍ଧରୁ ୩ଜଣ ଲେଖାଏଁ, ଗଜପତିରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୩୫ ରେ ପହଞ୍ଚିଛି।

The post ଦିନକରେ ରାଜ୍ୟରୁ ଚିହ୍ନଟ ୧୦ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍‌, କରୋନାରେ ଆଖି ବୁଜିଲେ ୨୨ଆକ୍ରାନ୍ତ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images