Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଅଭିନୟ ପାଇଁ ଭିକିଙ୍କ ନିଶା – ଇଞ୍ଜିନିୟରରୁ ହେଲେ ବଲିଉଡ ଷ୍ଟାର

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟଟେନମେଣ୍ଟ ବ୍ୟୁରୋ

୩୩ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତା ଭିକି କୌଶଲ।

ଅଳ୍ପ ସମୟ ମଧ୍ୟରେ ଭିକି କୌଶଲ ବଲିଉଡରେ ଶ୍ରେଷ୍ଠ ଅଭିନେତା ତାଲିକାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଫିଲ୍ମ ‘ମସାନ’ରୁ ପରିଚୟ ପାଇବା ପରେ ଭିକି ଯେଉଁ ଫିଲ୍ମରେ କାମ କରିଥିଲେ, ତାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଫିଲ୍ମ ‘ସଞ୍ଜୁ’ରେ କମଲିରେ ‘ଉରି’ର ଜଣେ ସେନା ଅଧିକାରୀ ଭୂମିକା ଭିକିଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା।

ଅଭିନେତା ବ୍ୟତୀତ ଭିକି ଜଣେ ଟେଲି କମ୍ୟୁନିକେସନ ଇଞ୍ଜିନିୟର ମଧ୍ୟ ଅଟନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗଦେବା ପୂର୍ବରୁ ସେ ବିଦେଶରେ କାମ କରୁଥିଲେ। ଅଭିନୟ ପ୍ରତି ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ପାଇଁ ସେ ଚାକିରି ଛାଢ଼ି ଦେଇଥିଲେ। ଏହା ପରେ ବିକି ‘କିଶୋର ନାମିତ କପୁର’ ଆକ୍ଟିଂ ସ୍କୁଲରେ ନାଁ ଲେଖାଇଥିଲେ। ଏହାପରେ ସେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରିଥିଲେ। ଏହାପରେ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା। ‘ମସାନ’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଭିକିଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ଲଭ୍ ଖାଁ ଚିକେନ ଖୁରାନା’।

ଭିକି ପିଲାଦିନରୁ ଅଭିନୟକୁ ଭଲ ପାଉଥିଲେ। ଏପରିକି ବିକି ଡ୍ୟାନ୍ସ ସମେତ ଅନେକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତାଙ୍କ ବାପା ଜଣେ ନିର୍ଦ୍ଦେଶକ ହୋଇଥିଲେ ବି ଭିକି ନିଜେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି।

The post ଅଭିନୟ ପାଇଁ ଭିକିଙ୍କ ନିଶା – ଇଞ୍ଜିନିୟରରୁ ହେଲେ ବଲିଉଡ ଷ୍ଟାର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images