ଓଡ଼ିଶାଲାଇଭ୍ ବ୍ୟୁରୋ![]()
- ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରେ ରେଡ କ୍ରସ୍ ସୋସାଇଟି
- ହେନେରୀ ଡୁନାଣ୍ଟଙ୍କ ପରାମର୍ଶ ପରେ ରେଡ କ୍ରସ୍ ପ୍ରତିଷ୍ଠିତ ହୋଇଥିଲା
- ୧୯୨୦ରେ ଭାରତରେ ରେଡ କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା
ଆଜି ମେ’ ୮, ବିଶ୍ୱ ରେଡ୍ କ୍ରସ ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା ଏହା ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା।
ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ନକରି ସମସ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ରେଡ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ଏକ ନୂଆ ଜୀବନ ଦାନ ଦେବା।
ବିଶ୍ୱ ରେଡ୍ କ୍ରସ୍ ଦିବସ ପ୍ରତିବର୍ଷ ମେ’ ୮ ରେ ପାଳନ କରାଯାଏ। ଏହି ଦିନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ। ସେ ରେଡ କ୍ରସ ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଥିଲେ। ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା।
ରେଡକ୍ରସର ଅନ୍ତର୍ଜାତୀୟ କମିଟି (ICRC) ୧୮୬୩ ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅବସ୍ଥିତ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଘଟିଥିବା ଘଟଣା ପରେ ଏହି ସଙ୍ଗଠନର ଆବଶ୍ୟକ ପଡ଼ିଲା।
ଭାରତରେ କେବେ ଗଠନ ହେଲା ରେଡକ୍ରସ ସୋସାଇଟି
୧୯୨୦ରେ ସଂସଦୀୟ ଅଧିନିୟମ ଅନୁଯାୟୀ ଭାରତରେ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୭୫୦ରୁ ଅଧିକ ଶାଖା ଅଛି।
ରେଡ୍ କ୍ରସ୍ ଦିବସର ମୁଖ୍ୟ ନୀତି – ନିରପେକ୍ଷତା, ମାନବିକତା, ସ୍ୱାଧୀନତା, ଏକତା, ସାର୍ବଭୌମିକତା, ସ୍ୱେଚ୍ଛାସେବୀ
The post ବିଶ୍ୱ ରେଡ୍ କ୍ରସ ଦିବସ : କାହିଁକି ପାଳିତ ହେଉଛି ଏହି ଦିବସ? appeared first on OdishaLIVE.