Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ବଢୁଛି ସଂକ୍ରମଣ –ଅକ୍ସିଜେନ ସିଲିଣ୍ଡର ଭଡ଼ାରେ ଆଣିବେ ସରକାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋoxygen

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କଠାରୁ ଅକ୍ସିଜେନ ସିଲିଣ୍ଡର ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ୨୦ ହଜାର ଖାଲି ସିଲିଣ୍ଡର ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସରକାର। ଯଦିଓ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ, ତେଣୁ ଘରୋଇ ସଂସ୍ଥାଗୁଡ଼ିକଠାରୁ ସିଲିଣ୍ଡର ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।

୭୦୦୦ ଲିଟର ସିଲିଣ୍ଡର ପାଇଁ ମାସିକ ଏକ ହଜାର ଟଙ୍କା ଭଡ଼ା ଗଣିବେ ସରକାର। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ହସ୍ପିଟାଲ ଗୁଡ଼ିକରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲା ସ୍ତରରେ ବିଭିନ୍ନ ମୁଖ୍ୟ ହସ୍ପିଟାଲ ଓ ମେଡିକାଲ କଲେଜରେ ନିହାତି ଆବଶ୍ୟକ ହେଲେ ଏହି ସିଲିଣ୍ଡର ମଗାଯିବ।

ସେ ଆଉ ମଧ୍ୟ କହିଛନ୍ତି, ସିଲିଣ୍ଡର ନେବା ଆଣିବା କରିବା ପାଇଁ ଏକ ବିକଳ୍ପ ଗାଡ଼ି ସବୁବେଳେ ମହଜୁଦ ରହିବ। ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କେବଳ ସିଲିଣ୍ଡର କଥା ବୁଝିବା ପାଇଁ ଜିଲ୍ଲାସ୍ତରରେ ଜଣେ ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯିବ। ସେ ଡ୍ରଗ୍ସ କଂଟ୍ରୋଲର ଓ ଇପିକଲ ଏମ୍‌ଡିଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିବେ। ଯେଉଁ ଟ୍ରକରେ ସିଲିଣ୍ଡର ପଠାଯିବ ସେଥିର ଜିପିଏସ୍ ଲଗାଇବା ପାଇଁ ଆଇଟି ସଚିବ ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ରାଜ୍ୟର କିଛିଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସରକାରଙ୍କ ସମୀକ୍ଷା ଅନୁସାରେ, ରାଜ୍ୟର ୪୫୩୮ କୋଭିଡ ହସ୍ପିଟାଲ ପାଇଁ ଦୈନିକ ପ୍ରାୟ ୫୦ ଟନ ଅକ୍ସିଜେନର ଆବଶ୍ୟକତା ରହିଛି।

The post ରାଜ୍ୟରେ ବଢୁଛି ସଂକ୍ରମଣ – ଅକ୍ସିଜେନ ସିଲିଣ୍ଡର ଭଡ଼ାରେ ଆଣିବେ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles