Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଫୁ – ଦେହରେ ରଙ୍ଗ ବୋଳି, ମିଠା ଖୁଆଇ ମନାଉଛନ୍ତି ବିଜୟ ଉତ୍ସବ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଆୟୋଗଙ୍କ ବାରଣ ସତ୍ତ୍ୱେ ବି ଖାତିର କଲେନି ଦଳୀୟ କର୍ମୀ। ଫଳାଫଳ ଘୋଷଣା ହେବା ପୂର୍ବରୁ ଦେହରେ ରଙ୍ଗ ବୋଳି ହୋଇ, ବାଣ ଫୁଟାଇ, ମିଠା ଖାଇ, ନାଚଗୀତରେ ମସଗୁଲ ହେଲେଣି ଦଳୀୟ କର୍ମୀ। ଏମିତି ଦୃଶ୍ୟ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ଯଦିଓ ଏପର୍ଯ୍ୟନ୍ତ ଫଳାଫଳ ଜଣାପଡ଼ିନାହିଁ, ତେବେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ବିଜୟ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

କିଛିଦିନ ପୂର୍ବରୁ ନିର୍ବାଚନ କମିସନ ବିଜୟ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଥିଲେ। କୋଭିଡ୍ କଟକଣାକୁ ମାନି ଭୋଟ ଗଣନା ସହ ଫଳାଫଳ ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ଓ ତାଲିମଲନାଡ଼ୁର ଦଳୀୟ କର୍ମୀମାନେ ଅବମାନନା କରିଛନ୍ତି। ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ କମନା କରି, ପାର୍ଟି ଅଫିସ୍ ସମ୍ମୁଖରେ ଖୁସି ମନାଉଛନ୍ତି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ, ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନ ଉକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନିକଟରେ ମାଡ୍ରାସ ହାଇକୋର୍ଟ ଦେଶରେ ଦ୍ରୁତ କୋଭିଡ୍ ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଦେଶରେ ନିର୍ବାଚନୀ ରାଲି ଏବଂ ପ୍ରଚାରକୁ ଅନୁମତି ଦେବା ଯୋଗୁଁ ଭାରତରେ ସଂକ୍ରମଣର ହାର ବୃଦ୍ଧି ପାଇଛି। ଏହାପରେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କ ବିଜୟ ଶୋଭାଯାତ୍ରାରେ ରୋକ୍ ଲଗାଇଥିଲେ।

The post ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଫୁ – ଦେହରେ ରଙ୍ଗ ବୋଳି, ମିଠା ଖୁଆଇ ମନାଉଛନ୍ତି ବିଜୟ ଉତ୍ସବ appeared first on OdishaLIVE.


Viewing all articles
Browse latest Browse all 11715

Trending Articles