Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଡର – ବାହାରୁ ଆଣୁଥିବା ସାମଗ୍ରୀର କେମିତି ନେବେ ଯତ୍ନ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କୋଭିଡ କାଳରେ ଲୋକେ ବାହାରୁ ଫଳ, ପନିପରିବା, ଗ୍ରୋସରୀ ଆଣୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ବାହାରୁ ଏଭଳି ଜିନିଷ ଆଣିଲେ ପ୍ରଥମେ କ’ଣ ସତର୍କତା ଆପଣେଇବାକୁ ପଡ଼ିବ? ତେବେ ଆସନ୍ତୁ ଜାଣିବା ଏଭଳି ସାମଗ୍ରୀ ବଜାରରୁ ଆଣିଲା ପରେ କ’ଣ କରିବା, ଯାହାଦ୍ୱାରା ଘରକୁ କରୋନା ଆସିବ ନାହିଁ।

ବାହାରକୁ କିଛି ଜରୁରୀ ସାମଗ୍ରୀ କିଣିବାକୁ ଯାଉଥିଲେ ଦୋକାନୀ ବା ଦୋକାନରେ ଥିବା ଅନ୍ୟ ଗ୍ରାହକଙ୍କଠାରୁ ୨ ମିଟର ଦୂରତା ରକ୍ଷା କରନ୍ତୁ।

ବାହାରକୁ ଯାଇଥିବା ବେଳେ ବେଶୀ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ।

ବାହାରକୁ ଜରୁରୀ ଜିନିଷ କିଣିବା ପାଇଁ ଗଲା ବେଳେ ମୁହଁରେ ମାସ୍କ ବା ଏକ ରୁମାଲ ବାନ୍ଧି ବାହାରକୁ ଯାଆନ୍ତୁ।

ଟଙ୍କା ଦେବା ବେଳେ ଧ୍ୟାନ ରଖନ୍ତୁ ଯେପରି ଆପଣ ଦୋକାନୀଙ୍କୁ ସ୍ପର୍ଶ କରିବେ ନାହିଁ।

ଜିନିଷ କିଣିବାକୁ କୌଣସି ଷ୍ଟୋରକୁ ଯାଇଥିଲେ ଟ୍ରଲି ବ୍ୟାଗ ବ୍ୟବହାର କରନ୍ତୁ ନାହିଁ। ଯଦି ଟ୍ରଲି ବ୍ୟାଗ ବ୍ୟବହାର କରୁଛନ୍ତି, ତେବେ ସେହି ସମୟରେ ଆପଣଙ୍କ ମୁହଁକୁ ଛୁଅନ୍ତୁ ନାହିଁ।

ବାହାରୁ ଆଣଥିବା ଜିନିଷଗୁଡ଼ିକ ବ୍ୟବହାର କରିବା ପୂର୍ବରୁ ୭୨ ଘଣ୍ଟା ପାଇଁ ସଂରକ୍ଷଣ କରି ରଖନ୍ତୁ। ପ୍ଲାଷ୍ଟିକ୍ ଜିନିଷଗୁଡ଼ିକୁ ବ୍ଲିଚ୍ ସହିତ ସ୍ପ୍ରେ କରନ୍ତୁ ଏବଂ ପୋଛି ସାରିବା ବ୍ୟବହାର କରନ୍ତୁ।

ଘରକୁ ପନିପରିବା, ଶାଗ ଆଣୁଥିଲେ, ପ୍ରଥମେ ତାକୁ ଘର ବାହାରେ କିଛି ସମୟ ରଖନ୍ତୁ। ଏହପାରେ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ।

ପରିବା ଧୋଇବା ପରେ ନିଜ ହାତକୁ ଭଲ ଭାବେ ଧୁଅନ୍ତୁ।

ତେଜରାତି ସାମଗ୍ରୀ ଆଣୁଥିଲେ ତାକୁ ୪ରୁ ୫ ଘଣ୍ଟା ସମୟ ଖରାରେ ରଖନ୍ତୁ। ଖରାରେ ରଖିବା ପରେ ବ୍ୟବହାର କରନ୍ତୁ।

ପ୍ୟାକେଟ ସାମଗ୍ରୀ ଆଣୁଥିଲେ, ଅଳ୍ପ ସାବୁନ ଓ ସର୍ପ ପାଣିରେ ଧୋଇ ଦିଅନ୍ତୁ।

ବଜାରରୁ ଘରକୁ ଫେରିବା ପରେ ଭଲ କରି ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ।

କୌଣସି ଅନଲାଇନ ସାଇଟରୁ ଜିନିଷ ମଗାଉଥିଲେ ଜିନିଷ ଦେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କୁ ସଚେତନ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି।

The post କରୋନା ଡର – ବାହାରୁ ଆଣୁଥିବା ସାମଗ୍ରୀର କେମିତି ନେବେ ଯତ୍ନ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles