Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ସଙ୍କଟ – ଘରେ କେମିତି ନେବେ ବୟସ୍କମାନଙ୍କ ଯତ୍ନ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋcovid care

କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ତାହା ସମସ୍ତଙ୍କ ଚିନ୍ତାରେ ପକାଇଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ ଯତ୍ନ ନେବା ଜରୁରୀ। ବୟସ୍କମାନଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଧିକ ଯତ୍ନର ଆବଶ୍ୟକତା ରହିଛି।

  • ବୟସ୍କ ବ୍ୟକ୍ତିଙ୍କ ପାଖକୁ ଯିବା ବେଳେ ମାସ୍କ ପିନ୍ଧନ୍ତୁ।
  • ବୟସ୍କମାନଙ୍କର ଯେକୌଣସି ସେବା କରିବା ପୂର୍ବରୁ ଭଲଭାବରେ ହାତ ଧୁଅନ୍ତୁ।
  • ବୟସ୍କମାବେ ବ୍ୟବହାର କରୁଥିବା ଜିନିଷ ଯଥା: ଆଶ୍ରାବାଡ଼ି ଏବଂ ମୋବାଇଲ ଆଦିକୁ ଭଲଭାବେ ପରିସ୍କାର ରଖନ୍ତୁ।
  • କଟୁମ୍ବ, ବନ୍ଧୁବାନ୍ଧବ ଆଦିଙ୍କୁ ଘରକୁ ଡାକନ୍ତୁ ନାହିଁ।
  • ବୟସ୍କମାନଙ୍କ ସହିତ ଘର ଭିତରେ ଦୁରତ୍ୱ ରକ୍ଷା କରନ୍ତୁ।
  • ଅଯଥାରେ ଡାକ୍ତରଖାନା କିମ୍ବା କ୍ଲିନିକକୁ ବୟସ୍କ ବ୍ୟକ୍ତିଙ୍କୁ ନିଅନ୍ତୁ ନାହିଁ।
  • ଟ୍ରେନ୍‌, ଉଡ଼ାଜାହାଜ, ବସ୍‌ରେ ତାଙ୍କୁ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ।
  • ପରିବାରର ଅନ୍ୟ ଲୋକମାନେ ଭିଡ଼ ଜାଗାକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ଆସିବା ପରେ ପରିଚ୍ଛନ୍ନତାର ନିୟମ ପାଳନ କରନ୍ତୁ।
  • ବୟସ୍କଙ୍କର ମାନସିକ, ଶାରୀରିକ ସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ।
  • ଜ୍ୱର, କାଶ କିମ୍ବା ଶ୍ୱାସ କଷ୍ଟର ଲକ୍ଷଣ ଦେଖାଦେଲେ ୧୦୪କୁ ଯୋଗାଯୋଗ କରନ୍ତୁ।

The post କରୋନା ସଙ୍କଟ – ଘରେ କେମିତି ନେବେ ବୟସ୍କମାନଙ୍କ ଯତ୍ନ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images