ଓଡ଼ିଶାଲାଇଭ୍ ବ୍ୟୁରୋ![]()
କରୋନାର ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସବୁ ବୟସର ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହି ମହାମାରୀ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ତିନୋଟି ଔଷଧକୁ ଅନୁମତି ମଧ୍ୟ ମିଳିଛି। କିନ୍ତୁ ଏସବୁ ଭିତରେ ଲୋକ ଗୋଟିଏ ଜିନିଷକୁ ଭୁଲିଯାଇଛନ୍ତି। ତାହା ହେଉଛି କାଢ଼ା ସେବନ।
ପ୍ରଥମ ପର୍ଯ୍ୟାୟ କରୋନା ସମୟରେ ସବୁ ସ୍ତରରେ କାଢ଼ାକୁ ବେଶି ଗୁରୁତ୍ୱ ଦିଆଯାଉଥିଲା। ସରକାରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ଓ ଡାକ୍ତରମାନେ ମଧ୍ୟ କାଢ଼ା ପିଇବାକୁ ପରାମର୍ଶ ଦେଉଥିଲେ। କାଢ଼ା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଥଣ୍ଡା, ଛିଙ୍କ, କାଶ ଆଦି ସମସ୍ୟାରୁ ଉପଶମ ମଧ୍ୟ ଦେଇଥାଏ। ସହଜରେ କୌଣସି ରୋଗରେ ସଂକ୍ରମଣ ହେବାକୁ ଦେଇନଥାଏ କାଢ଼ା। ଏଥିରେ ଅନେକ ଔଷଧୀୟ ଗୁଣ ରହିଥିବାବେଳେ, ଏହାକୁ କିଭଳି ନିଜ ଘରେ ପ୍ରସ୍ତୁତ କରିପାରିବେ ଜାଣନ୍ତୁ।
ସାମଗ୍ରୀ
ତୁଳସୀ ପତ୍ର ୫ରୁ ୧୦ଟି, ଗୁଜୁରାତି ୨ରୁ ୩ଟି, ଗୋଲମରିଚ ଗୁଣ୍ଡ ଅଧା ଚାମଚ, ଖଣ୍ଡେ ଛୋଟ ଅଦା।ପ୍ରସ୍ତୁତି ପ୍ରଣାଳୀ
- ଗୋଟିଏ ପାତ୍ରରେ ଦେଢ଼ କପ ପାଣି ନେଇ ଗରମ କରନ୍ତୁ।
- ଏହାପରେ ସେଥିରେ ତୁଳସୀ ପତ୍ର, ଗୁଜୁରାତି, ଗୋଲମରିଚ ଗୁଣ୍ଡ ଏବଂ ଅଦା ପକାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
- ପାତ୍ରରେ ଯେତିକି ପାଣି ଗରମ କରିବାକୁ ବସାଇଥିଲେ, ସେହି ପାଣିର ପରିମାଣ ଅଧା ହୋଇଗଲେ ଏହାକୁ ଛାଣି ସାମାନ୍ୟ ଥଣ୍ଡା ହେବାକୁ ଦିଅନ୍ତୁ।
- ଏହାର ସ୍ୱାଦରେ ପରିବର୍ତ୍ତନ ପାଇଁ ଆପଣ ଚାହିଁଲେ ଏଥିରେ ମହୁ ମିଶାଇ ପାରିବେ।
କେତେବେଳେ ପିଇବେ
ଏହାକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ପିଇପାରିବେ। ଦିନକୁ ଦୁଇଥର କାଢ଼ା ପିଇବା ଶରୀର ପାଇଁ ବେଶ୍ ଉପକାରୀ। ଏହା ଶରୀରର ଇମ୍ୟୁନିଟି ବଢ଼ାଇବା ସହ ଶରୀରରେ ଜମିଥିବା ଚର୍ବି ଅଂଶକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ ସବୁ ଋତୁରେ ପିଇପାରିବେ। କିନ୍ତୁ ଏବେ ପୁଣିଥରେ କରୋନା ମହାମାରୀ ଫେରିଥିବାରୁ କାଢ଼ା ପିଇବାକୁ ଗୁରୁତ୍ୱ ଦେବା ଜରୁରୀ।
The post ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାଢ଼ା – କେମିତି କରିବେ ପ୍ରସ୍ତୁତି? appeared first on OdishaLIVE.