Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜଗା ଦର୍ଶନରେ ଲାଗିଲା କଟକଣା – ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗା ଦର୍ଶନରେ ଲାଗିଲା କଟକଣା। ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏହି ବନ୍ଦ ସମୟରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ କରାଯିବ।

ଶ୍ରୀମନ୍ଦିରରୁ ବହୁ ସଂଖ୍ୟାରେ ସେବାୟତ ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦର୍ଶନ ବନ୍ଦ ଥିଲେ ମଧ୍ୟ ରଥକାର୍ଯ୍ୟ ଜାରି ରହିବ। ରଥ ନିର୍ମାଣ କରୁଥିବା ସମୟରେ ସମସ୍ତ ସେବାୟତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ରଥକାର୍ଯ୍ୟ, ମନ୍ଦିର ପୂଜାରେ ନିୟୋଜିତ, ସେବାୟତଙ୍କ ପରିବାର ସଦସ୍ୟଙ୍କର ନିୟମିତ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ଟିକାକରଣ ଉପରେ ବେଶି ଫୋକସ୍ ଦିଆଯିବ। ଗୁରୁତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ସମ୍ ଓ ଅନ୍ୟାନ୍ୟ ହସ୍ପିଟାଲରେ ବ୍ୟବସ୍ଥା କରାଯିବ।

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଭର୍ଚୁଆଲ ଜରିଆରେ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂ ଓ ଛତିଶା ନିଯୋଗର ସେବାୟତମାନେ ଉପସ୍ଥିତ ଥିଲେ। କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ ସେବାୟତ ଓ ମନ୍ଦିର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖି ମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ରିପୋର୍ଟ ଅନୁସାରେ, ଆଜି ରାଜ୍ୟରୁ ୬ହାଜରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ପୁରୀରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୨୩ରେ ୩୦୬ ଜଣ, ୨୨ତାରିଖରେ ୨୮୬ଜଣ ଚିହ୍ନଟ ହୋଇଥିଲେ। ଏହି ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

The post ଜଗା ଦର୍ଶନରେ ଲାଗିଲା କଟକଣା – ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର appeared first on OdishaLIVE.


Viewing all articles
Browse latest Browse all 11715

Trending Articles