ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ରାଜଧାନୀରେ କରୋନା ଉପରେ ନିୟନ୍ତ୍ରଣ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣି ତାର ପୂର୍ବ ରଣକୌଶଳ ଲାଗୁ କରିଛି।
ସୋମବାରଠାରୁ ରାଜଧାନୀର ବିଭିନ୍ନ ହାଟ, ବଜାର ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି ବିଏମ୍ସି। ପୂର୍ବ ଭଳି ଦୋକାନୀମାନଙ୍କୁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରଖି କିଣାବିକା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍ ହେବ ବୋଲି ବିଏମସି ଚେତାବନୀ ଦେଇଛି।
ବିଶେଷକରି ଡୁମୁଡୁମା, ପଟିଆ, ଡମଣା, ୟୁନିଟ ୪, ୟୁନିଟ ୧, ଯୁନିଟ ୨ ମାର୍କେଟରେ ନିୟମ କଡ଼ାକଡ଼ି କରାଯାଇଛି।
ଭୁବନେଶ୍ୱରରେ ଏବେ ଦୈନିକ ୫ରୁ ୬ ଭିତରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ବିଏମ୍ସି ଚିନ୍ତା ବଢ଼ାଇଛି। କରୋନା କିପରି ନିୟନ୍ତ୍ରଣ ଭିତରେ ରହିବ ସେଥିପାଇଁ ବିଏମସି ପକ୍ଷରୁ ଜୋର ପ୍ରସ୍ତୁତି କରାଯାଉଛି।
The post ଆଜିଠୁ ଭୁବନେଶ୍ୱର ହାଟ, ମାର୍କେଟରେ କଡ଼ା କଟକଣା – ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବ ବିଏମ୍ସି appeared first on OdishaLIVE.