ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୯ରୁ ଆରମ୍ଭ ହୋଇଛି ଭାରତର କ୍ରିକେଟ ପର୍ବ ଆଇପିଏଲ। ରବିବାର ଆଇପିଏଲ ମଇଦାନ୍ରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ୍ ରାଇଡର୍ସ। ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ୍ ଚେନ୍ନାଇର ଏମ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ।
ଉଭୟ ଦଳ ମଧ୍ୟରେ ଆଜି ଏକ ଦମ୍ଦାର ଲଢ଼େଇ ଦେଖିବାକୁ ମିଳିବ। କାହିଁକି ନା ଆର୍ସିବି ଗତ ଦୁଇଟି ମ୍ୟାଚ୍ର ଜିତାପଟ୍ ହାସନ କରିଥିବା ବେଳେ, କୋଲକାତା ଗୋଟିଏ ମ୍ୟାଚ୍ ଜିତିଛି। ତେଣୁ ଆଜିର ମ୍ୟାଚ୍ ହଟ୍କେ ହୋଇପାରେ।
କୋଲକାତା ନାଇଟ୍ ରାଇଡର୍ସ
ଇଓନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ସୁନିଲ୍ ନାରିନ୍, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, କମଳେଶ୍ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, ଗୁରକିରତ୍ ସିଂହ, କରୁନ ନାଏର, ବେନ୍ କଟିଙ୍ଗ୍, ସାକିବ୍ ଅଲ୍ ହାସନ, ଭେଙ୍କଟେସ୍ ଆୟାର, ସେଲଡନ୍ ଜ୍ୟାକସନ୍, ଟିମ୍ ସେଇଫର୍ଟ, ହରବଜନ୍ ସିଂହ, ବୈଭବ ଆରୋରା, ପବନ ନେଗି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ
ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକାଲ୍, ଫିନ୍ ଆଲେନ୍, ପବନ ଦେଶପାଣ୍ଡେ, ରଜତ ପାଟିଦାର୍, ସଚିନ୍ ବେବି, ସୁୟାଶ୍ ପ୍ରଭୁଦେଶାଇ, ଡାନ୍ ଖ୍ରୀଷ୍ଟିଆନ୍, ଡାନିଏଲ ସାମ୍ସ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ସାହାବାଜ୍ ଅହମ୍ମଦ, ଏ ବି ଡେଭିଲିୟର୍ସ, ମହମ୍ମଦ ଆଝାରୁଦ୍ଦିନ, ଶ୍ରୀକର ଭାରତ, ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍, କ୍ଲି ଜେମ୍ସନ, ମହମ୍ମଦ ସିରାଜ୍, ନବଦୀପ୍ ସାଇନି, ୟୁଜୁଭେନ୍ଦ୍ର ଚାଓ୍ଵାଲା।
The post ଆଇପିଏଲ୍ – ଆଜି ଅପରାହ୍ଣରେ ବିରାଟ ବାହିନୀ ସହ ମୁହାଁମୁହିଁ ହେବ କୋଲକାତା appeared first on OdishaLIVE.