Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ଶ୍ରୀମନ୍ଦିରରେ ରାତି ୮ଟା ଯାଏଁ ହେବ ଜଗା ଦର୍ଶନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ। ସେହିପରି ଆସନ୍ତା ୨୪ ତାରିଖରୁ ସପ୍ତାହର ଦୁଇଦିନ ଶନିବାର ଏବଂ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।

ରାଜ୍ୟରୋ କରୋନା ସଂକ୍ରମଣ ବଢୁଥିବାରୁ ଶନିବାରଠାରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ସରକାର। ତେଣୁ ଶ୍ରୀମନ୍ଦିର ଦର୍ଶନକୁ କରୋନା କଟକଣାରେ କରାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ଟୁଇଟ୍ କରି ସୂଚନା ଦେଇଛି।

ଏହି ଗାଇଡଲାଇନ୍ ଅନୁସାରେ ଏଣିକି ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲୁ ରହିବ। ରାତି ୯ଟାରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ହେଉଥିବାରୁ ଶ୍ରୀମନ୍ଦିର ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ସେହିପରି ଆସନ୍ତା ୨୪ ତାରିଖରୁ ଶନିବାର ଏବଂ ରବିବାର ବିଶୋଧନ କରିବା ପାଇଁ ଶ୍ରୀମନ୍ଦିରକୁ ବନ୍ଦ ରଖାଯିବ।ଅନ୍ୟପଟେ ବାହାର ରାଜ୍ୟରୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରିଛି ଶ୍ରୀମନ୍ଦିର ପ୍ରଶାସନ। କୋଭିଡ ଟିକାର ଦ୍ଵିତୀୟ ଡୋଜ୍ ପ୍ରମାଣପତ୍ର ଦେଖାଇ ମଧ୍ୟ ସ୍ମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସେହିପରି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆଧାର କାର୍ଡ, ଭୋଟର କାର୍ଡ କିମ୍ଵା ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।

ମନ୍ଦିର ଭିତରେ କୌଣସି ମୂର୍ତ୍ତି କିମ୍ଵା ବିଗ୍ରହକୁ ଭକ୍ତମାନେ ଛୁଇଁ ପାରିବେ ନାହିଁ। ଭିତର କାଠରୁ ହିଁ ଦର୍ଶନ କରିବାର ବ୍ୟବସ୍ଥା ରହିବ। ସେହିପରି ମନ୍ଦିର ବେଢ଼ା ପରିସରରେ ଛେପ ପକାଇବା କିମ୍ଵା ପଲିଥିନ ବ୍ୟବହାର କରିବା ଉପରେ କଡ଼ା କଟକଣା ଲାଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଯଦି କୌଣସି ଭକ୍ତ ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିବ।

The post ଏଣିକି ଶ୍ରୀମନ୍ଦିରରେ ରାତି ୮ଟା ଯାଏଁ ହେବ ଜଗା ଦର୍ଶନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images