Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କପଡ଼ା ମାସ୍କ ବ୍ୟବହାର କରୁଥିଲେ, ଜାଣି ରଖନ୍ତୁ…

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏବେ କରୋନା ସ୍ଥିତି ସଙ୍ଗୀନ ହୋଇଛି। କରୋନା ସହ ଲଢ଼ିବାରେ ମାସ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବେ କାମ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହିତ ଶତ ପ୍ରତିଶତ ମାସ୍କ ବ୍ୟବହାର କରି କରୋନାକୁ ଏଡ଼ାଇବାକୁ ସରକାର ମଧ୍ୟ ପରାମର୍ଶ ଦେଉଛନ୍ତି। ଏବେ ଦେଖାଯାଉଛି ଯେ ଅଧିକାଂଶ ଲୋକ କପଡ଼ା ମାସ୍କ ବ୍ୟବହାର କରୁଛନ୍ତି। ତେବେ ନିଜ ପାଇଁ କପଡ଼ା ମାସ୍କ ଚୟନ କରିବାଠୁ ଆରମ୍ଭ କରି ମାସ୍କକୁ ଧୋଇବା ପର୍ଯ୍ୟନ୍ତ ଏକ ସଠିକ ପ୍ରକ୍ରିୟା ରହିଛି। ସେହି ପ୍ରକ୍ରିୟା ଜାଣିବା ନିହାତି ଜରୁରୀ।

ନିଜ ପାଇଁ ମାସ୍କ କେମିତି ବାଛିବେ?

ବିଶେଷଜ୍ଞଙ୍କ ମତରେ କେବଳ ମାସ୍କ ପିନ୍ଧିଦେଲେ କରୋନା ହେବ ନାହିଁ, ତାହା ନୁହେଁ। କରୋନାରୁ ବଞ୍ଚିବାକୁ ହେଲେ ନିଜ ପାଇଁ ଠିକ୍‌ ମାସ୍କ ବାଛିବାକୁ ପଡ଼ିବ। ଯେଉଁ ମାସ୍କ ଆପଣଙ୍କ ମୁହଁରେ ଫିଟ୍‌ ହୋଇ ରହୁଥିବା ତାହା ହିଁ ଆପଣଙ୍କୁ କରୋନାରୁ ସୁରକ୍ଷା ଦେଇପାରିବ। ନାକ ତଳକୁ ମାସ୍କ ପିନ୍ଧିଲେ, ବେକ ତଳେ ଝୁଲାଇଲେ ବା ମାସ୍କ ଆଉ ମୁହଁ ଭିତରେ ଫାଙ୍କା ଥିଲେ ତାହା ଆପଣଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ବଜାରରେ ଏବେ ଅନେକ ପ୍ରକାରର ମାସ୍କ ମିଳୁଛି। ଯଦି ଆପଣ କପଡ଼ା ମାସ୍କ ନିଜ ପାଇଁ ବାଛୁଛନ୍ତି ତେବେ ଯେଉଁ ମାସ୍କ ଆପଣଙ୍କ ଫିଟ୍‌ ହେଉଥିବ ସେହି ମାସ୍କ ହିଁ ବାଛନ୍ତୁ, ଯାହା ଆପଣଙ୍କ ପାଟି, ନାକ ଓ ଚିନ୍‌କୁ କଭର କରୁଥିବ।

ମାସ୍କ କେମିତି ପିନ୍ଧିବେ?

  • ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।
  • ମାସ୍କର କେଉଁ ପଟ ଭିତରକୁ ଓ କେଉଁ ପଟ ବାହାରକୁ ପିନ୍ଧିବେ ଜାଣି ରଖନ୍ତୁ।
  • ଏବେ ମାସ୍କ ମୁହଁରେ ଲଗାନ୍ତୁ।
  • ନାକ ପାଖରେ ଥିବା ମେଟାଲକୁ ନାକ ସହ ଟାଇଟ୍‌ କରନ୍ତୁ।
  • ଏବେ ମାସ୍କକୁ ଭଲ ଭାବରେ ସାଇଜ୍‌ କରନ୍ତୁ, ଯେପରି ମାସ୍କ ଆପଣଙ୍କୁ ମୁହଁ ଓ ଥୋଡ଼ିକୁ ଘୋଡ଼ାଇ ରଖନ୍ତୁ। ଧ୍ୟାନ ଦିଅନ୍ତୁ, ଯେପରି ମାସ୍କ ଓ ମୁହଁ ଭିତରେ ଫାଙ୍କା ରହିବ ନାହିଁ।
  • ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
  • ମାସ୍କକୁ ଖୋଲିବା ବେଳେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍‌କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ।
  • ଏହାପରେ ହାତକୁ ଆଲକହଲଯୁକ୍ତ ସାବୁନରେ ଧୁଅନ୍ତୁ।

ମାସ୍କ କେମିତି ଧୋଇବେ?

ମାସ୍କ ବ୍ୟବହାର କରିବା ପରେ ଏହାକୁ ଏଣେତେଣେ ରଖନ୍ତୁ ନାହିଁ। ଏକ ପ୍ଲାଷ୍ଟିକ ବ୍ୟାଗରେ ଆପଣ ବ୍ୟବହାର କରିସାରିଥିବା ମାସ୍କକୁ ରଖିପାରିବେ। ଏହପରେ ପାଉଡର ପକାଇ ଆପଣ ମାସ୍କକୁ ଧୋଇପାରିବେ। ଯଦି ଆପଣ ହାତରେ ମାସ୍କରେ ସଫା କରୁଛନ୍ତି ତେବେ ଖୋଲା ଟ୍ୟାପ୍‌ ତଳେ ଆଲକହଲ ଯୁକ୍ତ ସାବୁନ ବ୍ୟବହାର କରି ମାସ୍କ ଧୋଇପାରିବେ। ଏହାପରେ ଆପଣ ମାସ୍କଟିକୁ ସମ୍ପୂର୍ଣ୍ଣ ଶୁଖାଇ ଦିଅନ୍ତୁ। ଆପଣ ଚାହିଁଲେ ଡ୍ରାଏ ମେସିନ ନହେଲେ ସିଧାସଳଖ ଖରାରେ ଶୁଖାଇପାରିବେ।

The post କପଡ଼ା ମାସ୍କ ବ୍ୟବହାର କରୁଥିଲେ, ଜାଣି ରଖନ୍ତୁ… appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images