Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ –ଇଣ୍ଡୋରରେ ୨ଶହ ଲୋକଙ୍କୁ ନେଇ ହେବ ସଭା କାର୍ଯ୍ୟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି। କିଛି ଦିନର ବ୍ୟବଧାନପରେ ଏବେ ଦୈନିକ ୨ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ କରୋନା ଗାଇଡଲାଇନ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସଆରସି।

କରୋନା କାଳରେ ଉପନିର୍ବାଚନ ହେଉଥିବାରୁ ସଭାସମିତିକୁ ଦୃଷ୍ଟିରେ ରଖି ଏହି ଗାଇଡ଼ଲାଇନ ଜାରି ହୋଇଛି। ଇଣ୍ଡୋରରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସଭା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏଥିସହ ଗାଇଡଲାଇନ ଅନୁସାରେ ମାତ୍ର ୫୦ପ୍ରତିଶତ ସିଟ୍‌ରେ ଲୋକମାନେ ବସିପାରିବେ। ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି। ସଭାସମିତି ହେବାକୁ ଥିବା ସ୍ଥାନରେ କେତେ ଲୋକ ଉପସ୍ଥିତ ରହିବେ, ତାହାର ସଂଖ୍ୟା ନିର୍ଦ୍ଧାରଣ କରିବ ପ୍ରଶାସନ।

ଏପ୍ରିଲ ୧୭ରେ ପିପିଲିରେ ହେବ ଉପନିର୍ବାଚନ ଓ ମେ’ ୨ରେ ଏହାର ଫଳାଫଳ ଜଣାପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ସବୁ ଦଳ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି।

The post ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ – ଇଣ୍ଡୋରରେ ୨ଶହ ଲୋକଙ୍କୁ ନେଇ ହେବ ସଭା କାର୍ଯ୍ୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles