ଓଡ଼ିଶାଲାଇଭ୍ ବ୍ୟୁରୋ![]()
ସବୁ ବର୍ଗର ବ୍ୟକ୍ତି ନିଜର ତ୍ୱଚା ପାଇଁ ଅଧିକ ଯତ୍ନଶୀଳ ହୋଇଥାନ୍ତି। ଖରାଦିନରେ ତ୍ୱଚା ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ତେଣୁ ତ୍ୱଚାକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ। ତ୍ୱଚାର ଯତ୍ନ ପାଇଁ ଅନେକ ପାର୍ଲର ଯାଇ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। କିନ୍ତୁ କିଛି ପ୍ରାକୃତିକ ଉପାୟ ଆପଣେଇ ଖୁବ୍ କମ୍ ଖର୍ଚ୍ଚରେ ଖରାଦିନେ ତ୍ୱଚାରେ ଚମକ ଆଣିପାରିବେ। ଚମକ ଆଣିବା ପାଇଁ ମୁଲତାନୀ ମାଟିର ବ୍ୟବହାର କରିପାରିବେ।
ମୁଲତାନୀ ମାଟି ତ୍ୱଚାରେ ଚମକ ଆଣିବା ସହ ମୁହଁରୁ ବିଭିନ୍ନ ପ୍ରକାର ଦାଗକୁ ହଟେଇ ଥାଏ। ମୁଲତାନୀ ମାଟି ଅଏଲି ସ୍କିନ ପାଇଁ ବେଶ୍ ଉପଯୋଗୀ। ଏହି ମାଟିରେ ପ୍ରସ୍ତୁତ ଫେସ୍ପ୍ୟାକ ମୁହଁରେ ବ୍ରଣ ଓ ବ୍ଲାକ୍ହେଡସ୍ ଦୂର କରିଥାଏ।
କେମିତି କରିବେ ପ୍ରସ୍ତୁତ?
ଏକ ଚାମଚ ମୁଲତାନୀ ମାଟିରେ ଏକ ଚାମଚ ଚନ୍ଦନ ପାଉଡର, ଏକ ଚାମଚ ଗୋଲାପ ଜଳ ଓ ଟିକିଏ କ୍ଷୀର ମିଶାଇ ଫେସ୍ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହି ଫେସ୍ପ୍ୟାକୁ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
ଗ୍ଲୋଇଙ୍ଗ ସ୍କିନ ପାଇଁ ଏକ ଚାମଚ ମୁଲତାନୀ ମାଟିରେ ଏକ ଚାମଚ ଟମାଟୋ ରସ ଅଳ୍ପ ଚନ୍ଦନ ପାଉଡର, ଅଳ୍ପ ହଳଦୀ ମିଶ୍ରଣ କରନ୍ତୁ। ଏହି ଫେସପ୍ୟାକକୁ ମୁହଁରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ମୁହଁକୁ ହାଲକା ଭାବେ ଧୋଇ ଦିଅନ୍ତୁ। କିଛି ଦିନ ମୁହଁରେ ଏହାର ପ୍ରୟୋଗ କରନ୍ତୁ। ଫରକ ଅନୁଭବ କରିପାରିବେ।
The post ଖରାଦିନେ ତ୍ୱଚାରେ ଚମକ ଆଣିଥାଏ ମୁଲତାନୀ ମାଟିର ଫେସ୍ପ୍ୟାକ appeared first on OdishaLIVE.