Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମାସ୍କ ଯୋଗାଇବା ନାଁରେ ବ୍ୟବସାୟୀଙ୍କୁ ଠକିଥିଲେ ୨୮ ଲକ୍ଷ –ଫରିଦାବାଦରୁ ଗିରଫ କଲା ସମ୍ଵଲପୁର ପୋଲିସ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ମାସ୍କ କିଣିବା ନାଁରେ ସମ୍ଵଲପୁରର ଜଣେ ବ୍ୟବସାୟୀ ୨୮ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିଲେ। ଏହି ମାମଲାରେ ପରିଦାବାଦରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି ସମ୍ଵଲପୁର ପୋଲିସ। ପୋଲିସ ଉକ୍ତ ଯୁବକଠାରୁ ଗୋଟିଏ ମୋବାଇଲ ଫୋନ, ୧୦ଟି ସିମ କାର୍ଡ ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ ୨୦୨୦ ମେ ମାସରେ ଦିଲ୍ଲୀ ରୋହିଣୀରେ ରହୁଥିବା ଯତୀନ ସେହଗାଲ ସମ୍ଵଲପୁର ସୁନାପଲ୍ଲୀର ବ୍ୟବସାୟୀ ମନୋଜ କୁମାର ବରାଡ଼ଙ୍କୁ ମାସ୍କ ଯୋଗାଇ ଦେବା ପାଇଁ ଇ-ଟ୍ରାଞ୍ଜେକ୍ସନ ଜରିଆରେ ୨୮ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହାପରେ ଜୁନ ୧୬ ତାରିଖରେ ମନୋଜ ପୋଲିସରେ ଏତଲା ଦେଇଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଯାଇ ଆଇଜି ନରସିଂହ ଭୋଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହା ଏକ ଇ-କମର୍ସ ଠକେଇ। ଅଭିଯୁକ୍ତ ଜଣକ ଫେସବୁକରେ ଏକ ଆକାଉଣ୍ଟ ଖୋଲିଥିଲା। ଏଲଇଡି ରେଣ୍ଟାଲ ନାମକ ଏହି ଜାଲି କମ୍ପାନି ମାସ୍କ ତିଆରି କରୁଛି ବୋଲି ସେଥିରେ କୁହାଯାଇଥିଲା ଏବଂ ଗୁରଗାଓଁରେ ଅଫିସ ଅଛି ବୋଲି ଦାବି କରାଯାଇଥିଲା। ଏନେଇ ଅଭିଯୁକ୍ତ ନିଜ ଫେସବୁକ ଆକାଉଣ୍ଟରେ ଏକ ବିଜ୍ଞାପନ ମଧ୍ୟ ଦେଇଥିଲା।

ଏହି ବିଜ୍ଞାପନ ଦେଖିବା ପରେ ବ୍ୟବସାୟୀ ମନୋଜ ବରାଡ଼ ଉକ୍ତ ଅଭିଯୁକ୍ତ ସହିତ ଯୋଗାଯୋଗ କରିଥିଲେ ଓ ସେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମେ ୩ ଲକ୍ଷ ଟଙ୍କା ଜମା କରିଥିଲେ। ମନୋଜଙ୍କଠାରୁ ଅଧିକ ଟଙ୍କା ଟାଣିବା ପାଇଁ ଉକ୍ତ ଠକ ଏକ କୋରିୟର କମ୍ପାନିର ଜାଲ ଇନଭଏସ ତିଆରି କରି ବିଶ୍ୱାସ ଦେଇଥିଲା। ମାସ୍କଗୁଡ଼ିକ ମାଲେସିଆ, ଓମାନ, ଦୁବାଇ ଓ ମସ୍କଟ ଦେଇ ଆସିବ ବୋଲି ଅଭିଯୁକ୍ତ ଜଣକ ମନୋଜଙ୍କୁ କହିଥିଲା। ଏହିଭଳି ଭାବେ ମନୋଜଙ୍କଠାରୁ ସେହି ଯୁବକ ଆହୁରି ୨୫ ଲକ୍ଷ ଟଙ୍କା ଠକି ନେଇଥିଲା। କିନ୍ତୁ ମାସ୍କ ଯୋଗାଇବାର ନାଁ ଗନ୍ଧ ଧରି ନଥିଲା।

The post ମାସ୍କ ଯୋଗାଇବା ନାଁରେ ବ୍ୟବସାୟୀଙ୍କୁ ଠକିଥିଲେ ୨୮ ଲକ୍ଷ – ଫରିଦାବାଦରୁ ଗିରଫ କଲା ସମ୍ଵଲପୁର ପୋଲିସ appeared first on OdishaLIVE.


Viewing all articles
Browse latest Browse all 11715

Trending Articles