Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ – ମାର୍ଚ୍ଚ ୨୮ରୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଏବେ କରୋନା ସ୍ଥିତି ଭୟାବହ ରୂପ ନେଇଥିଲା ବେଳେ ମହାରାଷ୍ଟ୍ରରେ ସ୍ଥିତି ସବୁଠୁ ସଙ୍ଗୀନ ରହିଛି। ଗତ ୩ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୮ରୁ ରାଜ୍ୟବ୍ୟାପୀ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି।

୨୮ ତାରିଖରୁ ରାଜ୍ୟରେ ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ଯାନବାହାନ ଚଳାଚଳ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବାକୁ କର୍ଫ୍ୟୁରୁ ବାଦ କରାଯାଇଛି।

ମହାରାଷ୍ଟ୍ରରେ ଲଗାତର ଭାବେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ୍‌ ମଧ୍ୟ ଘୋଷଣା କରିବାକୁ ଚିନ୍ତା କରାଯାଇଛି। ଜନସାଧାରଣ କରୋନା ନିୟମ ନମାନିଲେ ଏପ୍ରିଲ ୨ ତାରିଖରୁ ଲକଡାଉନ୍‌ ଘୋଷଣା କରାଯିବ ବୋଲି ରାଜ୍ୟ ସରକାର ସତର୍କ କରାଇଛନ୍ତି। ଏବେ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ସଂକ୍ରମଣ ବଢ଼ିଚାଲିଛି।

The post ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ – ମାର୍ଚ୍ଚ ୨୮ରୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images