Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଶିମିଳିପାଳରେ କୁଆପଥର ବର୍ଷା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୁରଭଞ୍ଜର ଅନେକ ସ୍ଥାନରେ ବୁଧବାର ଅପରାହ୍‌ଣ ସମୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପିଠାବଟା ରେଞ୍ଜର କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ଷା ହେବାପରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବ ବୋଲି ପ୍ରକୃତିପ୍ରେମୀଙ୍କ ଭିତରେ ଚର୍ଚ୍ଚା ହେଉଛି।

ଦୁଇ ସପ୍ତାହରୁ ଅଧିକ ସମୟ ହେବ ଜଳୁଛି ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଅନେକ ପ୍ରୟାସ ପରେବି ନିଆଁ ଲିଭାଇବାରେ ସଫଳ ହୋଇନି ବନ ବିଭାଗ। ଏଭଳି ସ୍ଥିତିରେ ମୟୁରଭଞ୍ଜରେ ବର୍ଷା ହେବା ପ୍ରକୃତିର ଆଶୀର୍ବାଦ ବୋଲି ଅନେକ ମତ ଦେଇଛନ୍ତି। ଜଙ୍ଗଲରେ ନିଆଁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଥିବାବେଳେ, ଅନ୍ୟପଟେ ରାଜନୀତି ବି ଜୋର ଧରିଛି। ଏହି ସମସ୍ୟାକୁ ନେଇ ଆଜି ରାଜ୍ୟ ବିଜେପିର ୯ଜଣ ସାଂସଦ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଭେଟିଥିଲେ।

ଶିମିଳିପାଳରେ ଲାଗିଥିବା ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ। ଏନେଇ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର। ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ବନବିଭାଗକୁ ପରାମର୍ଶ ଦେବ।

ଏହି ଜଙ୍ଗଲରେ ପ୍ରାୟ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ରହିଛନ୍ତି। କିନ୍ତୁ ଜଙ୍ଗଲ ନିଆଁ କାରଣରୁ ବାଘ, ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ଜୀବନ ବିପଦ ସଙ୍କୁଳ ଅବସ୍ଥାକୁ ଠେଲି ହୋଇଯାଇଛି। ଏହି ନିଆଁ ଧୀରେ ଧୀରେ ଗାଁ ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଥିଲା।

The post ଶିମିଳିପାଳରେ କୁଆପଥର ବର୍ଷା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images