ଓଡ଼ିଶାଲାଇଭ୍ ବ୍ୟୁରୋ
ମହାଶିବରାତ୍ରି ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର ରହି ଦୀପ ଜାଳିଥାନ୍ତି।
ଅନେକ ସମୟରେ ମନକୁ ପ୍ରଶ୍ନ ଆସେ ଯେ ମହାଶିବରାତ୍ରି ମାହାତ୍ମ୍ୟ କ’ଣ ବା କାହିଁକି ଏହି ଦିନକୁ ଶିବଙ୍କର ସବୁଠୁ ବଡ଼ ପର୍ବ ବୋଲି କୁହାଯାଉଛି?
ମହାଶିବରାତ୍ରି ବା ଜାଗରକୁ ନେଇ ପୁରାଣ ଏବଂ ଶାସ୍ତ୍ରରେ ଭିନ୍ନ ଭିନ୍ନ କଥା ରହିଛି। ଶାସ୍ତ୍ର କହେ ଏହି ଦିନ ଭଗବାନ ଶିବ ହଜାର ସୂର୍ଯ୍ୟର ଜ୍ୟୋତି ଧାରଣ କରି ଏକ ଜ୍ୟୋତି ସ୍ତମ୍ଭ ଭାବେ ଆବିର୍ଭୁତ ହୋଇଥିଲେ। ସେହିପରି ମହାଶିବରାତ୍ରୀକୁ ନେଇ ଆଉ ଏକ କାହାଣୀ ରହିଛି।
ପୁରାଣର ଅନ୍ୟ ଏକ କଥା ଅନୁସାରେ ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ। ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କର ଚେତା ଫେରିବା ପର୍ଯ୍ୟନ୍ତ ଦେବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ। ସେହିଦିନକୁ ଭକ୍ତମାନେ ମହାଶିବରାତ୍ରି ପାଳନ କରିଥାନ୍ତି।
ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ଭକ୍ତ ସେହିଦିନ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି।
The post ମହାଶିବରାତ୍ରି : କାହିଁକି ପାଳିତ ହେଉଛି, କ’ଣ ଏହାର ମହାତ୍ମ୍ୟ? appeared first on OdishaLIVE.