Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍ ପୋର୍ଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍ ପୋର୍ଟାଲ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ପ୍ରାୟ ୭ ହଜାର ‘ମୋ ସେବା’କେନ୍ଦ୍ରରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଗୋଟିଏ ଲେଖାଏଁ ‘ମୋ ସେବା’ କେନ୍ଦ୍ର ଖୋଲାଯିବାବେଳେ, ୨୫ ହଜାର ସହରାଞ୍ଚଳବାସୀଙ୍କ ପାଇଁ ଗୋଟିଏ କେନ୍ଦ୍ର ରହିବ। ଏହି ସେବା ଦ୍ୱାରା ୮ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି।

“ସେବା ଓ ସମ୍ମାନ ହେଉଛି ସରକାରଙ୍କ ମୂଳମନ୍ତ୍ର। ଗଣତନ୍ତ୍ରଣରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ”, ଉଦ୍‌ବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁକ୍ରବାର ୩ ହଜାର ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ ହୋଇଛି। ୫ଟି ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ଏଥିରେ ୧୦୦ ପ୍ରକାରର ସେବା ଉପଲବ୍ଧ ରହିଛି। ଆଗକୁ ୪୦୦ ସେବା ଏଥିରେ ସାମିଲ କରାଯିବ। ଘରପାଖରେ ଲୋକମାନଙ୍କୁ ସେବା ଯୋଗାଇ ଦେବା ହେଉଛି ଏହାର ମୂଳ ଲକ୍ଷ୍ୟ। ସହରାଞ୍ଚଳ ଲୋକମାନଙ୍କ ପାଇଁ କରାଯାଇଛି ‘ଓଡ଼ିଶା ୱାନ୍ ପୋର୍ଟାଲ’। ଯେଉଁମାନେ କମ୍ପୁଟର ଜାଣିଛନ୍ତି, ସେମାନେ ଘରେ ବସି ଏହି ପୋର୍ଟାଲ ମାଧ୍ୟମରେ ସମସ୍ତ ସରକାରୀ ସେବା ପାଇପାରିବେ।

ବିଜୁଳି, ପାଣି ବିଲ୍‌, ଟିକସ୍ ଆଦାୟ ଇତ୍ୟାଦି ‘ମୋ ସେବା କେନ୍ଦ୍ର’ରେ ଯୋଗାଇ ଦିଆଯିବ। ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

The post ‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍ ପୋର୍ଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images