ଓଡ଼ିଶାଲାଇଭ୍ ବ୍ୟୁରୋ![]()
”ଲୋକଙ୍କ ନିକଟବର୍ତ୍ତୀ ହୁଅ, ସେମାନଙ୍କ ସହ କଥାବାର୍ତ୍ତା କର ଓ ସେମାନଙ୍କ ସୁବିଧା ଅସୁବିଧାକୁ ଧୈର୍ଯ୍ୟ ଓ ସମ୍ମାନରର ସହ ଶୁଣ”, ଓଏଏସ ପ୍ରବେଶନରମାନଙ୍କୁ ସଫଳତାର ମନ୍ତ୍ର କଥା କହିବାକୁ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ପରାମର୍ଶ ଦେଇଛନ୍ତି।
ବୁଧବାର ଦିନ ଗୋପବନ୍ଧୁ ଏକାଡେମୀରେ ନୂଆ ଓଏଏସ ଅଫିସରଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବା ଅବସରରେ ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ‘ମୋ ସରକାର’ ନୀତିକୁ ଗ୍ରହଣ କରି ପ୍ରଶାସନିକ ଅଧିକାରୀମାନେ ଚାଲନ୍ତୁ। ଅଫିସରମାନେ ଲୋକଙ୍କ ପାଇଁ ପୂରା କାମ କରୁଛନ୍ତି ଏହି ଭାବନା ସେମାନଙ୍କଠାରେ ସୃଷ୍ଟି ହେବା ଉଚିତ ବୋଲି ସେ ମତ ଦେଇଥିଲେ।
୨୦୧୮ ବ୍ୟାଚର ଏହି ଓଏଏସ ଅଫିସରଙ୍କୁ ଉଦବୋଧନ ଦେଇ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଏସପି ଠାକୁର କହିଛନ୍ତି ଯେ, ଯେ କରୋନା ସମୟରେ ଅଫିସରମାନେ ଫିଲ୍ଡ ଟ୍ରେନିଂ ଶେଷ କରିଛନ୍ତି। ଜୁନ ୨୭ ପର୍ଯ୍ୟନ୍ତ ସେମାନଙ୍କୁ ଅନୁଷ୍ଠାନ ସମ୍ବନ୍ଧିତ ତାଲିମ ଦିଆଯିବ। ଏହି ବ୍ୟାଚରେ ମୋଟ ୬୨ ଓଏଏସ ଅଫିସର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ହେଉଛନ୍ତି ମହିଳା।
The post ଓଏଏସ ପ୍ରବେଶନରଙ୍କୁ ସଫଳତାର ମନ୍ତ୍ର ଦେଲେ ମୁଖ୍ୟ ଶାସନ ସଚିବ appeared first on OdishaLIVE.