ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜ୍ୟରେ ଆଉ ୬ଟି ପ୍ଲାନେଟରିଅମ ଓ ୩୦ ଟି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ପ୍ରତିଷ୍ଠା ହେବ। ବୁଧବାର ଦିନ ରାୟଗଡ଼ାଠାରେ ଏକ ପ୍ଲାନେଟରିଅମ ଓ ଜୟପୁରଠାରେ ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ଭୁବନେଶ୍ୱର ଓ ସମ୍ବଲପୁର ବ୍ୟତୀତ ଅଧିକ ୬ଟି ପ୍ଲାନେଟରିଅମ ପ୍ରତିଷ୍ଠା କରାଯିବା ସହ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ବିଜ୍ଞାନ କେନ୍ଦ୍ର ବସିବ। ଏଥିପାଇଁ ୧୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ତା’ଛଡ଼ା ପଠାଣି ସାମନ୍ତ ପ୍ଲାନେଟରିଅମରେ ଥ୍ରୀ ଡି ସୁବିଧା ଯୋଗାଇ ଦିଆଯିବ।
‘‘ମାନବ ସଭ୍ୟତାର ବିକାଶରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଶୁ ଛାତ୍ରଛାତ୍ରୀ ନିଜ ଭିତରେ ବିଜ୍ଞାନସମ୍ମତ ଚିନ୍ତାଧାରା ବିକଶିତ କରନ୍ତୁ’’ , କହିଥିଲେ ମୁଖ୍ୟମନ୍ତ୍ରୀ।
The post ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୬ ପ୍ଲାନେଟୋରିଅମ ଓ ୩୦ ବିଜ୍ଞାନ କେନ୍ଦ୍ର appeared first on OdishaLIVE.