Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ଏବଂ ଏକାଧିକ ରୋଗରେ ପୀଡ଼ିତ ୪୫ରୁ ୬୦ ବର୍ଷର ବ୍ୟକ୍ତିମାନେ କରୋନାକୁ ହରାଇବା ପାଇଁ ସଞ୍ଜିବନୀ ନେଉଛନ୍ତି। ଟିକା ନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋ-ଓ୍ୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଜରିଆରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ତେବେ ଆରୋଗ୍ୟ ସେତୁରେ କେମିତି ପଞ୍ଜୀକରଣ ହେଉଛି ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ।ଟିକା ପାଇଁ କେମିତି କରିବେ ପଞ୍ଜୀକରଣ?

  • ପ୍ରଥମେ ଆପଣଙ୍କ ଆରୋଗ୍ୟ ସେତୁ ଆପକୁ ଅପଡେଟ୍ କରେଇ ନିଅନ୍ତୁ।
  • ଏହାପରେ ଆରୋଗ୍ୟ ସେତୁ ଆପର ହୋମପେଜକୁ ଯାଇ ଡାହାମ ପାର୍ଶ୍ଵରେ ଥିବା କୋ-ଓ୍ଵିନ୍ ଉପରେ କ୍ଲିକ୍ କରନ୍ତୁ।
  • କୋ-ଓ୍ଵିନ୍‌ ପେଜ ଖୋଲିବା ପରେ ସେଠାରେ ଆପଣଙ୍କୁ ୪ଟି ଅପସନ୍ ଦେଖିବାକୁ ମିଳିବ। ଭ୍ୟକ୍ସିନ ବିଷୟରେ ସୂଚନା, ଭ୍ୟକ୍ସିନେସନ, ଭ୍ୟକ୍ସିନ ସାର୍ଟିଫିକେଟ ଏବଂ ଭ୍ୟାକ୍ସିନ ଡାସବୋର୍ଡ।
  • ଭ୍ୟାକ୍ସିନେସନ ଅପସନ ଉପରେ କ୍ଲିକ୍ କରନ୍ତୁ।
  • ଏହାପରେ ନିଜ ମୋବାଇଲ ନମ୍ଵର ଦେଇ ଲଗ୍‌ଇନ୍ ବା ରେଜିଷ୍ଟର କରନ୍ତୁ।
  • ଲଗ୍‌ଇନ୍ କରିବା ପରେ ଆପଣଙ୍କ ନମ୍ଵରକୁ ଏକ ୬ ଅଙ୍କ ବିଶିଷ୍ଟ ନମ୍ଵର ବା ଓଟିପି ଆସିବ, ଏହାକୁ ସେଠାରେ ଭେରିଫାଇ କରନ୍ତୁ।
  • ଥରେ ଆପଣଙ୍କ ନମ୍ଵର ଭେରିଫାଇ ହେବା ପରେ ଆପଣଙ୍କୁ ନିଜର ପରିଚୟ ପତ୍ରକୁ ଏଥିରେ ଅପଲୋଡ କରିବାକୁ ପଡ଼ିବ।
  • ଏଥିପାଇଁ ଆପଣ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ପାସପୋର୍ଟ, ପେନସନ୍ ପାସ୍ ବୁକ୍, ଏନପିଆର୍ ସ୍ମାର୍ଟ କାର୍ଡ ଏବଂ ଭୋଟର ପରିଚୟପତ୍ର ଇତ୍ୟାଦି ମଧ୍ୟରୁ କୌଣସି ଗୋଟିଏ ଦେଇ ପାରିବେ।
  • ଏହାପରେ ନିଜ ନାମ, ଲିଙ୍ଗ, ଜନ୍ମ ତାରିଖ ଇତ୍ୟାଦି ପୂରଣ କରନ୍ତୁ।
  • ଆପଣ ଗୋଟିଏ ଆପ୍‌ରୁ ସର୍ବାଧିକ ୪ ଜଣଙ୍କ ଟିକା ପାଇଁ ପଞ୍ଜୀକରଣ କରି ପାରିବେ।
  • ପଞ୍ଜୀକୃତ ହୋଇଯିବା ପରେ ଆପଣ ନିକଟସ୍ଥ ଟିକା କେନ୍ଦ୍ର ବାଝିପାରିବେ।
  • ଶେଷରେ ଆପଣଙ୍କ ପଞ୍ଜୀକରଣ ସଫଳ ହୋଇଛି ବୋଲି ମୋବାଇଲକୁ ଏକ ଏସଏମଏସ ଆସିବ। ଏଥିରେ ଆପଣ କେଉଁଦିନ ଆଉ କେତେବେଳେ ଟିକା ନେବେ ସୂଚନା ପାଇପାରିବେ।

The post କରୋନା ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ? appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images