Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଢ଼ିଲା ପାସେଞ୍ଜର ଟ୍ରେନ ଭଡ଼ା –କରୋନା ରୋକିବାକୁ ରେଳ ମନ୍ତ୍ରାଳୟର ପଦକ୍ଷେପ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶରେ ରେଳ ଭଡ଼ାକୁ ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ଅଳ୍ପଦୂର ବା ୩୦ରୁ ୪୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ାକୁ ଦୁଇଗୁଣା କରିଦିଆଯାଇଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏହି ରେଳ ଭଡ଼ାରେ ବୃଦ୍ଧି କରାଯାଇଥିବା ରେଳ ମନ୍ତ୍ରାଳୟ ପକ୍ଷରୁ ଦର୍ଶାଯାଇଛି।

ରେଳ ଭଡ଼ା ବୃଦ୍ଧି ହେବା ପରେ ରେଳ ବିଭାଗକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହାପରେ ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଭଡ଼ା ବୃଦ୍ଧିର କାରଣ ଦର୍ଶାଯାଇ କୁହାଯାଇଛି ଯେ, ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ୟରେ ଏହା ପୁଣି ପିକ୍‌କୁ ଉଠିଲାଣି। ତେଣୁ ଲୋକମାନେ ଯେପରି ଟ୍ରେନରେ ଅଧିକ ଯାତ୍ରା ନ କରନ୍ତି ସେଥିପାଇଁ ରେଳ ଭଡ଼ାକୁ ବୃଦ୍ଧି କରାଯାଇଛି।ଭଡ଼ା ବଢ଼ିବା ଦ୍ଵାରା ଲୋକମାନେ ଟ୍ରେନରେ ଯାତାୟତ କରିବେ ନାହିଁ। ଫଳରେ କିଛି ମାତ୍ରାରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ। ତେବେ ଅଳ୍ପଦୂର ବା ୩୦ରୁ ୪୦ କିଲୋମିଟର ଠ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ମଧ୍ୟ ମନ୍ତ୍ରାଳୟ ପ୍ଲାଟଫର୍ମ ଟିକେଟର ଦାମ୍‌କୁ ୧୦ରୁ ୫୦ ଟଙ୍କା କରି ଦେଇଥିଲା। ପ୍ଲାଟଫର୍ମ ଟିକେଟ ଦାମ ବଢ଼ିବା ଫଳରେ ଲୋକମାନେ ବିନା କୈଣସି କାମରେ ପ୍ଲାଟଫର୍ମ ଯାଇ ଗହଳି କରିବାରୁ ନିବୃତ ରହିଥିଲେ।

The post ବଢ଼ିଲା ପାସେଞ୍ଜର ଟ୍ରେନ ଭଡ଼ା – କରୋନା ରୋକିବାକୁ ରେଳ ମନ୍ତ୍ରାଳୟର ପଦକ୍ଷେପ appeared first on OdishaLIVE.


Viewing all articles
Browse latest Browse all 11715

Trending Articles