Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟର ମୋଟେରା ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ଏହା ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ହୋଇଥିବା ବେଳେ ଏବେ ଏହାକୁ ସମସ୍ତେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଭାବେ ଜାଣିବେ। ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି।

ଗୁଜୁରାଟ କ୍ରିକେଟ ଏକାଡେମୀ ଦ୍ଵାରା ୨୦୨୦ରେ ନିର୍ମିତ ଏହି ଷ୍ଟାଡିୟମକୁ ମୋଟେରା ଷ୍ଟାଡିୟମ ନାମରେ ନାମିତ କରାଯାଇଥିଲା। ଦର୍ଶକ ବସିବା କ୍ଷମତା ଦୃଷ୍ଟିରୁ ଏହା ବିଶ୍ଵର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ। ଏଥିରେ ଏକା ସଙ୍ଗରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୪ ଦିନିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ବୁଧବାର ଏହି ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଷ୍ଟାଡିୟମର ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି।

The post ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ appeared first on OdishaLIVE.


Viewing all articles
Browse latest Browse all 11715

Trending Articles