Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶାରେ ବଢୁଛି ଦିନ ତାପମାତ୍ରା –ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରଦ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ ଏବେ ଶୀତ ପ୍ରବାହ କମିଥିବା ବେଳେ ଗରମ ପଡ଼ିବା ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜଧାନୀ ଭୁବନେଶ୍ଵରରୁ ସର୍ବାଧିକ ୩୭.୧ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଆସନ୍ତା ମାର୍ଚ୍ଚ ପହିଲା ସୁଦ୍ଧା ଏହା ୪୦ ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଭୁବନେଶ୍ଵର ପରେ ବୁଧବାର ଅନୁଗୁଳରୁ ସର୍ବାଧିକ ୩୫.୭, କଟକରୁ ୩୫.୪, ଟିଟିଲାଗଡ଼ରୁ ୩୫.୨, ନୟାଗଡ଼ ଏବଂ ବଲାଙ୍ଗିରରୁ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଫେବ୍ରୁଆରି ୨୧ ତାରିଖରୁ ରାଜ୍ୟରେ ରାତି ଅପେକ୍ଷା ଦିନ ସମୟର ତାପମାତ୍ରା ଲଗାତାର ଭାବେ ବଢ଼ିବାରେ ଲାଗିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହା ହ୍ରାସ ପାଇବାର ସମ୍ଭାବନା ନାହିଁ। ଏପରିକି ମାର୍ଚ୍ଚ ବେଳକୁ ପାରଦ ୪୦ ଡିଗ୍ରୀ ପାର୍ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ମାତ୍ର ଉତ୍ତର ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିପାରେ। ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପବନ ବହୁଛି। ଏହାରି ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଇଛି।

The post ଓଡ଼ିଶାରେ ବଢୁଛି ଦିନ ତାପମାତ୍ରା – ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରଦ appeared first on OdishaLIVE.


Viewing all articles
Browse latest Browse all 11715

Trending Articles