ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ଦିବ୍ୟାଙ୍ଗ ଯୁବକ ବିବାହ କଲେ ବା ଜଣେ ଭଲ ମଣିଷ ଜଣେ ଦିବ୍ୟାଙ୍ଗଙ୍କୁ ବାହା ହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ଏନେଇ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ ଭାସ୍କର ଶର୍ମା।
ପୂର୍ବରୁ ଏଭଳି ବିବାହରେ ଦମ୍ପତିଙ୍କୁ ୫୦ ହଜାର ଟଙ୍କା ମିଳୁଥିଲା। ଦିବ୍ୟାଙ୍ଗଙ୍କୁ ସମାଜରେ ସମାନ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ବଳିଷ୍ଠ ପଦକ୍ଷେପ ନେଇ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ଏହି ଟଙ୍କା ଦିବ୍ୟାଙ୍ଗଙ୍କ ଜୀବନକୁ ସହଜତ କରିବା ସହିତ ସେମାନଙ୍କ ମାନସିକ ସ୍ଥିତିକୁ କରିବ ମଜଭୁତ କରିବ ବୋଲି କହିଛନ୍ତି ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।
The post ଦିବ୍ୟାଙ୍ଗଙ୍କୁ ବାହାହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା appeared first on OdishaLIVE.