Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜନ୍ମଦିନ ସ୍ପେଶାଲ- ଏହି ଫିଲ୍ମ କରିଥିଲା ଉର୍ମିଳାଙ୍କୁ ବଲିଉଡ ସୁପରଷ୍ଟାର

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୪୭ ବର୍ଷ ବୟସରେ ପାଦ ଦେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର। ୧୯୭୪ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଉର୍ମିଳା।

ବଲିଉଡରେ ଉର୍ମିଳା ମତୋଣ୍ଡକର ଜଣେ ଖ୍ୟାତନାମା ଅଭିନେତ୍ରୀ। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଉର୍ମିଳା ବଲିଉଡରେ ବେଶ୍‌ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ବଲିଉଡରେ କେତେକ ଫିଲ୍ମରେ ତାଙ୍କୁ ଦମଦାର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହା ତାଙ୍କୁ ବଲିଉଡରେ ବେଶ୍‌ ପରିଚିତ କରାଇଥିଲା। ସେହି ଫିଲ୍ମ ଗୁଡ଼ିକ ହେଲା,

ଚମତ୍କାର

୧୯୯୨ରେ ରିଲିଜ ହୋଇଥିଲା ଫିଲ୍ମ ଚମତ୍କାର। ଏହି ପିଲ୍ମରେ ମାଲା କୁମାର ଚରିତ୍ରରେ ସେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ କିଙ୍ଗ ଖାନ ଶାହରୁଖ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜୀବ ମେହେରା।

ରଙ୍ଗୀଲା

୧୯୯୫ରେ ରିଲିଜ ହୋଇଥିଲା ଫିଲ୍ମ ରଙ୍ଗୀଲା। ଏହି ପିଲ୍ମରୁ ହିଁ ଉର୍ମିଳାଙ୍କୁ ବଲିଉଡରେ ପରିଚୟ ମିଳିଥିଲା। ଏହି ଫିଲ୍ମରେ ମିଲି ଜୋଶୀ ଚରିତ୍ରରେ ସେ ନଜର ଆସିଥିଲେ। ତାଙ୍କ ବପକ୍ଷରେ ନାୟକ ସାଜିଥିଲେ ଜ୍ୟାକି ଶ୍ରଫ୍‌, ଅମୀର ଖାନ।

ଜୁଦାଇ

୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ଜୁଦାଇ। ଏହି ଫିଲ୍ମରେ ସେ ଜାହ୍ନବୀ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମରେ ଅନିଲ କପୁର, ଶ୍ରୀଦେବୀ ଅଭିନୟ କରିଥିଲେ। ଏହି ପିଲ୍ମ ବେଶ୍‌ ସୁପରହିଟ ହୋଇଥିଲା।

ଦୌଡ଼

୧୯୯୭ରେ ଉର୍ମିଳାଙ୍କର ଆଉ ଏକ ଦୌଡ଼ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସଞ୍ଜୟ ଦତ୍ତ ଅଭିନୟ କରିଥିଲେ।

ଜାନମ ସମଝାକରୋ

ଶାହରୁଖ ଓ ସଲମାନଙ୍କ ସହ ଅଭିନୟ କରି ସାରିଥିବା ଉର୍ମିଳାଙ୍କୁ ସଲମାନ ଖାନଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା। ୧୯୯୯ରେ ଜାନମ ସମଝାକରୋ ଫିଲ୍ମରେ ସଲମାନଙ୍କ ସହ ସେ ନଜର ଆସିଥିଲେ। ଏହି ପିଲ୍ମରେ ଚାନ୍ଦିନୀ ଚରିତ୍ରରେ ଅଭିନୟ କରିଥିଲେ।

ଏହା ବ୍ୟତୀତ ସେ ଆହୁରି ଅନେକ ସୁପରହିଟ୍‌ ପିଲ୍ମରେ ଅଭିନୟ କରିଛନ୍ତି।

The post ଜନ୍ମଦିନ ସ୍ପେଶାଲ- ଏହି ଫିଲ୍ମ କରିଥିଲା ଉର୍ମିଳାଙ୍କୁ ବଲିଉଡ ସୁପରଷ୍ଟାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles