ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଦୀର୍ଘ ୧୦ ମାସରେ ମାୟାନଗରୀ ମୁମ୍ବାଇରେ ଆରମ୍ଭ ହୋଇଛି ଲୋକାଲ ଟ୍ରେନ ଚଳାଚଳ। ମମ୍ବାଇବାସୀ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ମୁମ୍ବାଇର ଏକ ଷ୍ଟେସନରୁ ଏକ ମଜାଦାର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକଙ୍କୁ ଟ୍ରେନକୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଦୀର୍ଘଦିନ ପରେ ଲୋକାଲ ଟ୍ରେନରେ ବସିବାର ସୁଯୋଗ ପାଇଥିବାରୁ ସେ ଏଭଳି କରିଥିବା ଚର୍ଚ୍ଚା ହେଉଛି।
ଏହି ଫଟୋରୁ ଜଣାପଡ଼ିଛି ଯେ ମୁମ୍ବାଇର ସାଧାରଣ ଜନତା କେତେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ।
କରୋନା ମହାମାରୀ କାରଣରୁ ମୁମ୍ବାଇ ଲୋକାଲ ଟ୍ରେନକୁ ଗତ ବର୍ଷ ମାର୍ଚ୍ଚ ମାସରେ ବାତିଲ କରିଦିଆଯାଇଥିଳା। ୧୦ ମାସ ପରେ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଏବେ ଲୋକାଲ ଟ୍ରେନ୍ ଧାର୍ଯ୍ୟ ସମୟ ଅନୁସାରେ ଚାଲିବ। ପୂର୍ବପରି ନିଜର ଗନ୍ତବ୍ୟସ୍ଥଳକୁ ଅତି ସହଜରେ ଯାତ୍ରା କରିପାରିବେ ଲୋକେ। ଯାତ୍ରା ବେଳେ କରୋନା କଟକଣା ମାନିବାକୁ ପଡ଼ିବ।
The post ମୁମ୍ବାଇରେ ଚାଲିଲା ଲୋକାଲ ଟ୍ରେନ – ମୁଣ୍ଡିଆ ମାରି ଗାଡ଼ିରେ ଚଢ଼ିଲେ ଯୁବକ appeared first on OdishaLIVE.