ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ![]()
କିଛି କଳାକାର ଅଛନ୍ତି ଯେଉଁମାନେ ଷ୍ଟାର ହେବା ସ୍ୱପ୍ନ ଦେଖି ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। କିନ୍ତୁ ତାଙ୍କୁ ସେହି ସଫଳତା ଫିଲ୍ମରୁ ନୁହେଁ ବରଂ ଟିଭି ସୋ’ରୁ ମିଳିଛି। ଛୋଟ ପରଦାରେ ଏହି କଳାକାରଙ୍କୁ ଦର୍ଶକ ପସନ୍ଦ କରିଥିଲା ବେଳେ ବଡ଼ ପରଦାରେ ଏମାନଙ୍କୁ ପସନ୍ଦ କରିନାହାନ୍ତି।
ଅପୂର୍ବ ଅଗ୍ନିହୋତ୍ରୀ
ଅପୂର୍ବ ଅଗ୍ନିହୋତ୍ରୀ ଶାହରୁଖ ଖାନଙ୍କ ସହ ଫିଲ୍ମ ପରଦେଶରୁ ବଲିଉଡରେ ଡେବ୍ୟୁ କରିଥିଲେ। ବହୁ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କ ଫିଲ୍ମରେ ସଫଳତା ମିଳିନଥିଲା। ହେଲେ ଟିଭି ପରଦାରେ ସେ ବେଶ୍ ସଫଳତା ପାଇଛନ୍ତି। ବିଦାୟୀ, ରାଧା କି ବେଟିଆଁ କୁଛ୍ କର ଦିଖାଏଗିଁ, କେହେନେ କୋ ହମସଫର ଭଳି ଲୋକପ୍ରିୟ ସୋ’ରେ ଦର୍ଶକ ତାଙ୍କ ପସନ୍ଦ କରିଛନ୍ତି।
ବତ୍ସଳ ସେଠ
ବତ୍ସଳ ସେଠ ତାଙ୍କ ଫିଲ୍ମ କ୍ୟାରିୟରରେ ଅଜୟ ଦେବଗନଙ୍କ ସହ ‘ଟାରଜାନ ଦି ୱାଣ୍ଡର କାର’ରୁ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ଯାଦୁ ଫିଲ୍ମରେ କାମ କରିପାରିଲା ନାହିଁ। ପରେ ସେ ଟିଭି ସୋ’ ‘ଏକ ହାସିନା ଥି’ରେ କାମ କରିଥିଲେ।
ରାକେଶ ଓ୍ୱାପଟ
ସୁପରହିଟ ଫିଲ୍ମ ‘ତୁମ୍ ବିନ୍’ ଭଲ ଆରମ୍ଭ ପରେ ରାକେଶଙ୍କ ଫିଲ୍ମ କ୍ୟାରିୟର ଭଲ ଚାଲିଲା ନାହିଁ। ଫଳରେ ସେ ଟେଲିଭିଜନରେ ଡେବ୍ୟୁ କରିଥିଲେ। ଟିଭି ସିରିଏଲ ସାତ୍ ଫେରେ, କବ୍ ତକ, କୁବୁଲ ହୈ’ ହିଟ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା।
ନକୁଲ ମେହତା
୨୦୦୮ରେ ରିଲିଜ ହୋଇଥିବା ଫିଲ୍ମ ହାଲ୍ ଏ ଦିଲରୁ ନକୁଲ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଫିଲ୍ମରେ ସେ କିଛି କମାଲ କରିପାରିଲେ ନାହିଁ। ପରେ ସିରିଏଲ ପ୍ୟାର କା ଦର୍ଦ ହୈ, ଇଶ୍କବାଜ୍ରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଗଲେ।
ରାଜୀବ ଖଣ୍ଡେଲଓ୍ୱାଲ
ରାଜୀବ ଖଣ୍ଡେଲଓ୍ୱାଲ ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରିଥିଲେ। କହିଁ ତୋ ହୋଗା, କ୍ୟା ହାସଦା କ୍ୟା ହକିକତ ଭଳି ସିରିଏଲରେ ସେ କାମ କରିଥିଲେ। ଯେତେବେଳେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ସଫଳତା ମିଳିନଥିଲା।
The post ଛୋଟ ପରଦାର ଟପ୍ ହିରୋ, ବଡ଼ ପରଦାରେ ଦେଖାଇ ପାରିଲେନି ଜଲଓ୍ୱା appeared first on OdishaLIVE.