Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଟିକାକରଣରେ ବି ଓଡ଼ିଶା ପ୍ରଥମ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋvaccination

ସବୁ ଗଣ କାର୍ଯ୍ୟକ୍ରମ ଭଳି କରୋନା ଟିକାଦାନ କାର୍ଯ୍ୟରେ ବି ଓଡ଼ିଶା ପ୍ରଥମ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଭିଡ ଟିକା ଦେବାରେ ଅନ୍ୟ ରାଜ୍ୟ ସରକାରଙ୍କଠାରୁ ଓଡ଼ିଶା ଖୁବ ଆଗରେ ରହିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଲକ୍ଷଦ୍ଵୀପ ପ୍ରଥମ ଥିବା ବେଳେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି। ଯେହେତୁ ଲକ୍ଷଦ୍ଵୀପ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ, ସେହି ଦୃଷ୍ଟିରୁ ଓଡ଼ିଶା ପ୍ରଥମ ହେବାର ସୌଭାଗ୍ୟ ଅର୍ଜନ କରିଛି।

ପାଣିଗ୍ରାହୀଙ୍କ କହିବା ଅନୁଯାୟୀ ଗୁରୁବାର ପର୍ଯ୍ୟନ୍ତ ୧୯୪୫୦୮ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆ ଯାଇଛି। ଆଉ ୧୪୪୬୪୨ କର୍ମଚାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଟିକା ଦିଆଯିବ। ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଟୀକା ଦିଆ କାର୍ଯ୍ୟ ଫେବ୍ରୁଆରି ୧୦ଯାଏଁ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି।

ନିର୍ଦ୍ଦେଶକ ପାଣିଗ୍ରାହୀ କହିଛନ୍ତି ଯେ ଯେଉଁମାନେ ଟିକା ନେଇଥିଲେ ସେମାନଙ୍କଠାରେ ବିଶେଷ ପାର୍ଶ୍ଵ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।ଯେଉଁମାନେ ବି ସାମାନ୍ୟ ଅସୁସ୍ଥ ହୋଇପଡିଥିଲେ ସେମାନେ ଏବେ ଆରୋଗ୍ୟ ଲାଭ କରିଛନ୍ତି।

The post କରୋନା ଟିକାକରଣରେ ବି ଓଡ଼ିଶା ପ୍ରଥମ appeared first on OdishaLIVE.


Viewing all articles
Browse latest Browse all 11715

Trending Articles