Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସମ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର, ସମସ୍ତ ଖର୍ଚ୍ଚ ବହନ କଲେ ସବ୍ୟସାଚୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍‌ଟେରିଅର୍ ଏନ୍‌ସେଫାଲୋସିଲସ୍‌) ସଫଳତାର ହୋଇଛି।

ଶିଶୁଟିର ଜନ୍ମରୁ ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଙ୍ଗର ହାଡ ନ ଥିବାରୁ ଏପରି ହୋଇଥିଲା।

ତେବେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଶିଶୁଟିର ଅସ୍ତ୍ରୋପଚାର କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଓଲିଉଡ ଅଭିନେତା ସବ୍ୟସାଚୀ ଏହି ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା ଯୋଗାଇଛନ୍ତି।

କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ପ୍ରକାଶ ବେହେରା ଗତ କିଛି ବର୍ଷ ହେବ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଛନ୍ତି। ତାଙ୍କ ୧୪ ମାସର ପୁଅ ସାଇ ସତ୍ୟଜିତ ବେହେର ଜନ୍ମରୁ ଏହି ସମସ୍ୟା ଥିଲା। ପୁଅର ଚିକିତ୍ସା ପାଇଁ ସେମାନେ ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଶେଷରେ ସେମାନେ ଜାନୁଆରି ୮ ତାରିଖ ଦିନ ସମ୍ ହସ୍ପିଟାଲ୍‌କୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ। ଜାନୁଆରି ୧୨ ତାରିଖ ଦିନ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ୧୪ ତାରିଖ ଦିନ ପ୍ରଫେସର ମହାପାତ୍ର ତା’ର ଅପରେସନ୍ କରିଥିଲେ।

ଅନ୍ୟପଟେ ପୁଅର ଅପରେସନ୍‌ ପାଇ ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ ସେମାନେ। ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ।

ଗୁରୁବାର ଦିନ ଶିଶୁ ସାଇ ସତ୍ୟଜିତ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ନୂଆଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସେ ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।

ଏହି ବଂଶାନୁକ୍ରମିକ ତ୍ରୁଟିଜନିତ ବ୍ୟାଧି ପ୍ରତ୍ୟେକ ୩ ଲକ୍ଷ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେଖାଦେଉଥିବା ବେଳେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଭଳି ଦକ୍ଷିଣ-ପୂର୍ବ ଏସିଆନ୍ ଦେଶ ଗୁଡ଼ିକରେ ଅଧିକ ମାତ୍ରାରେ ଦେଖାଯାଉଛି। ଯଦିଓ ଭାରତରେ ଏହା ଖୁବ୍ ବିରଳ ତେବେ ଉତରପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ କେତେକ ଶିଶୁଙ୍କ କ୍ଷେତ୍ରରେ ଏହି ତ୍ରୁଟି ଦେଖାଯାଉଥିବା ସେ କହିଛନ୍ତି।

ପୂର୍ବରୁ ଏହି ସର୍ଜରୀ ବ୍ରେନ୍ ରିପେୟାର୍‌, ଅର୍ବିଟାଲ୍ ରି-କନ୍‌ଷ୍ଟ୍ରକ୍ସନ୍ ଏବଂ ରାଇନୋପ୍ଲାଷ୍ଟି ଭଳି ତିନୋଟି ସ୍ତର ଦେଇ କରାଯାଉଥିବା ବେଳେ ୧୨ ରୁ ୧୪ ଘଣ୍ଟା ସମୟ ଲାଗୁଥିଲା। ତେବେ ବର୍ତମାନ ଶୈଲ୍ୟ ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ୩ ରୁ ୪ ଘଣ୍ଟା ମଧ୍ୟରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସର୍ଜରୀ ପରେ ଶିଶୁଟି ସୁସ୍ଥ ଥିବା ବେଳେ ପ୍ରଫେସର ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସାଇ ସତ୍ୟଜିତର ପରିବାର।

ଆନ୍‌ଟେରିଅର୍ ଏନ୍‌ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

The post ସମ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର, ସମସ୍ତ ଖର୍ଚ୍ଚ ବହନ କଲେ ସବ୍ୟସାଚୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles