Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସଂସଦ ବଜେଟ ଅଧିବେଶନ – ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ଜଣାପଡ଼ିଛି।

ଏହି ୧୬ ଦଳ ଭିତରେ ଅଛନ୍ତି, ଟିଏମସି (ତୃଣମୂଳ କଂଗ୍ରେସ), ଶିବସେନା,  ଅକାଳି ଦଳ, ଆମ ଆଦମୀ ପାର୍ଟି (ଆପ୍‌), ନାସନାଲ କଂଗ୍ରେସ ପାର୍ଟି (ଏନସିପି), ନାସନାଲ କନଫ୍ରେନ୍ସ (ଏନସି), ସମାଜବାଦୀ ପାର୍ଟି (ଏସ୍‌ପି), ଆରଜେଡି, ସିପିଆଇ ଏମ୍‌, ଆଇଜେଏମ୍‌ଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ୍‌।

ପରମ୍ପରା ଅନୁସାରେ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାଜ୍ୟସଭା ଏବଂ ଲୋକସଭାର ମିଳିତ ଗୃହକୁ ସମ୍ବୋଧିତ କରନ୍ତି। ରାଷ୍ଟ୍ରପତିଙ୍କ ସମ୍ବୋଧନ ଦିନ ରାଜ୍ୟସଭା ଓ ଲୋକସଭାର ସଦସ୍ୟମାନେ ସଂସଦର ସେଣ୍ଟ୍ରାଲ ହଲରେ ଏକାଠି ବସିଥାନ୍ତି। କିନ୍ତୁ ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧୀ ଦଳ ବର୍ଜନ କରିବେ। କୃଷି ଆଇନକୁ ବିରୋଧ କରି ବିରୋଧୀ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

The post ସଂସଦ ବଜେଟ ଅଧିବେଶନ – ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ appeared first on OdishaLIVE.


Viewing all articles
Browse latest Browse all 11715

Trending Articles