Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିଲ୍ଲୀ ହିଂସା : ଆହତ ପୋଲିସଙ୍କୁ ହସ୍ପିଟାଲରେ ଭେଟିଲେ ଅମିତ ଶାହ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡରେ ୩୦୦ ପୋଲିସ କର୍ମୀ ଆହତ ହୋଇଥିଲେ। ଏହି ଆହତ ପୋଲିସ କର୍ମୀଙ୍କୁ ଆଜି ହସ୍ପିଟାଲରେ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ଶୁଶ୍ରୁତ ହସ୍ପିଟାଲ ଟ୍ରମା ସେଣ୍ଟରରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ଶାହ ଆଲୋଚନା କରି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ଗଣତନ୍ତ୍ର ଦିବସରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ। ଟ୍ରାକ୍ଟର ରାଲି ବେଳେ ନିୟମ ଭାଙ୍ଗି ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରିଥିଲେ। ଏଠାରେ ଚାଷୀଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା। ଫଳରେ ଚାଷୀ ଓ ପୋଲିସଙ୍କ ଭିତରେ ଧସ୍ତା ଧସ୍ତି ହୋଇଥିଲା। ଏଥିରେ ପ୍ରାୟ ୩୦୦ ପୋଲିସ କର୍ମୀ ଆହତ ହୋଇଥିଲେ।

ଅନ୍ୟପଟେ ଏହି ହିଂସାକାଣ୍ଡ ପରେ ଚାଷୀନେତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି।  ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଓ ଭାରତୀୟ କିଷାନ ୟୁନିଅନ ୨ଟି ପ୍ରମୁଖ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛନ୍ତି।

The post ଦିଲ୍ଲୀ ହିଂସା : ଆହତ ପୋଲିସଙ୍କୁ ହସ୍ପିଟାଲରେ ଭେଟିଲେ ଅମିତ ଶାହ appeared first on OdishaLIVE.


Viewing all articles
Browse latest Browse all 11715