Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଚାଷୀନେତାଙ୍କ ଭିତରେ ଫାଟ –ଆନ୍ଦୋଳନରୁ ଓହରିଲେ ୨ ପ୍ରମୁଖ କୃଷକ ସଙ୍ଗଠନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନରେ ବଡ଼ ଫାଟ ସୃଷ୍ଟି ହୋଇଛି। ପରସ୍ପର ଉପରେ ଦୋଷ ଲଦା ଲଦି ହୋଇ ୨ଟି ପ୍ରମୁଖ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହି ଦୁଇ ଦଳ ହେଲେ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଓ ଭାରତୀୟ କିଷାନ ୟୁନିଅନ।

ଜାନୁଆରି ୨୬ରେ ହୋଇଥିବା ହିଂସାକାଣ୍ଡକୁ ନେଇ ଦଳ ଆନ୍ଦୋଳନରୁ ଓହରୁଥିବା କହିଛନ୍ତି ଭାରତୀୟ କିଷାନ ୟୁନିଅନର ମୁଖ୍ୟ ଭିଏମ୍‌ ସିଂହ। ସେହିପରି ଗତକାଲିର ଘଟଣା ଗଭୀର ଆଘାତ ଦେଇଛି କହି ଭାରତୀୟ କିଷାନ ୟୁନିଅନ ମୁଖ୍ୟ ଠାକୁର ଭାନୁ ପ୍ରତାପ ସିଂହ ମଧ୍ୟ ଆନ୍ଦୋଳନର ଓହରିଯିବାକୁ ଘୋଷଣା କରିଛନ୍ତି।

କୃଷି ଆଇନ ବିରୋଧରେ ଗତ ୨ ମାସ ହେଲା ଆନ୍ଦୋଳନରେ ବସିଥିବା ଚାଷୀ ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିଥିଲେ। ଟ୍ରାକ୍ଟର ରାଲି ସମୟରେ ନିୟମ ଭାଙ୍ଗି ଥିବାରୁ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ପଡ଼ିଛି।

The post ଚାଷୀନେତାଙ୍କ ଭିତରେ ଫାଟ – ଆନ୍ଦୋଳନରୁ ଓହରିଲେ ୨ ପ୍ରମୁଖ କୃଷକ ସଙ୍ଗଠନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles