Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୫ ବର୍ଷ କ୍ୟାରିୟରରେ ୪ ହିଟ୍‌ ଫିଲ୍ମ ଦେଇଛନ୍ତି ବବି, ‘ଆଶ୍ରମ’ ଚମକାଇଲା ଭାଗ୍ୟ

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବବି ଦେଓ୍ୱଲ ଆଜି ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୯ରେ ମୁମ୍ବାଇରେ ଜନ୍ମ ହୋଇଥିବା ବବି ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା। ମାତ୍ର ତାଙ୍କର ଖୁବ୍‌ କମ୍‌ ଫିଲ୍ମ ହିଟ ହୋଇଛି। ଦୀର୍ଘ ଦିନ ପରେ ଓ୍ୱେବ ସିରିଜ ଆଶ୍ରମ ଯାଗୁଁ ସେ ପୁଣି ଲାଇମଲାଇଟକୁ ଆସିଛନ୍ତି।

ବବି ୨୬ ବର୍ଷ ବୟସରେ ବରସାତ ଫିଲ୍ମରେ  ବଲିଉଡକୁ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ସହିତ ଅଭିନେତ୍ରୀ ଟ୍ୱିଙ୍କଲ ଖାନା ଥିଲେ। ଏହି ଫିଲ୍ମ ତାଙ୍କର ସୁପରହିଟ ହୋଇଥିଲା। ଏହାରିଭିତରେ ବଲିଉଡରେ ବବିଙ୍କୁ ୨୫ ହୋଇଗଲାଣି। ହେଲେ ତାଙ୍କର ମାତ୍ର ୩ଟି ଫିଲ୍ମ ବ୍ଲକବଷ୍ଟର ହୋଇଛି।

ଗୁପ୍ତ୍‌ – ବବିଙ୍କ ଅଭିନୀତ ଫିଲ୍ମ ଗୁପ୍ତ୍‌ ୧୯୯୭ରେ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ କାଜଲ ମନୀଷା କୋଇରାଲ ଥିଲେ।

ସୋଲ୍‌ଜର୍‌ – ୧୯୯୮ରେ ରିଲିଜ ହୋଇଥିଲା ଫିଲ୍ମ ସୋଲ୍‌ଜର। ଏଥିରେ ବବିଙ୍କ ସହ ପ୍ରୀତି ଜିଣ୍ଟା କାମ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ହମ୍‌ରାଜ – ଏହାପରେ ୨୦୦୨ରେ ଫିଲ୍ମ ହମରାଜ ରିଲିଜ ହୋଇଥିଲା। ଅମିଷା ପଟେଲଙ୍କ ସହ ବବିଙ୍କର ଏହି ଫିଲ୍ମ ସୁପରହିଟ ହୋଇଥିଲା।

ଗତ କିଛି ବର୍ଷ ହେବ ବବିଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳୁନଥିଲା।  ହେଲେ ଓ୍ୱେବ ସିରିଜ ‘ଆଶ୍ରମ’ ପୁଣି ତାଙ୍କ ଭାଗ୍ୟ ଚମକାଇଥିଲା। ଏହି ଓ୍ୱେବ ସିରିଜରେ ବବି ମୁଖ୍ୟ ଭୂମିକାରେ ଥିଲେ। ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିଲା।

The post ୨୫ ବର୍ଷ କ୍ୟାରିୟରରେ ୪ ହିଟ୍‌ ଫିଲ୍ମ ଦେଇଛନ୍ତି ବବି, ‘ଆଶ୍ରମ’ ଚମକାଇଲା ଭାଗ୍ୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles